ଆୟୁଷ ହାନି କରୁଛି କୃତ୍ରିମ ଜଙ୍ଗଲ, କମିବାରେ ଲାଗିଛି ଅମ୍ଳଜାନ

ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ଯାହା ପାଇଁ ଆଜି ମଣିଷ ଜିଉଁଛି । ପରିବେଶ, ଯାହା ପାଇଁ ଜୀବନ ଜୀବିକା ସବୁ ସମ୍ଭବ ହୋଇପାରିଛି । ଏହାକୁ ନେଇ କାହିଁ କେତେ କଥା ଆମେ ଶୁଣି ଆସିଛେ । ପରିବେଶ କହିଲେ ଆମର ଛୋଟ ବେଳର ସେହି ଢଗ କଥା ମନେ ପଡ଼ିଯାଏ । ଯେମିତି ‘ପରିବେଶ ସୁରକ୍ଷା ଜୀବନ ରକ୍ଷା’ । ଏହି ଢଗ ଯଥେଷ୍ଟ ସତ୍ୟାସତ୍ୟ ମଧ୍ୟ ରହିଛି ।

ଗୋଟିଏ ଛୋଟ ଗଛ ବି ଆମକୁ ବଞ୍ଚିବାରେ ସାହାଯ୍ୟ କରିଥାଏ । କାରଣ ଆମର ପ୍ରତିଟି ପ୍ରଶ୍ୱାସର ଗଛରୁ ମିଳୁଥିବା ଅମ୍ଳଜାନକୁ ଆମେ ନେଇଥାଉ । ଏବଂ ଗୋଟିଏ ବୟସ୍କ ଗଛଟିଏ ବି କୋଟି କୋଟି ଟଙ୍କାର ଅକ୍ସିଜେନ ଦେଇଥାଏ ।

ଅମ୍ଳଜାନ ଆମକୁ ଚିନ୍ତା କରିବାକୁ ବାଧ୍ୟ କରେ ଯେ ଗଛଟିଏ ଆମ ଜୀବନ ପାଇଁ କେତେ ଉପଯୋଗୀ । ବିକାଶର ଦୌଡ଼ରେ କୁତ୍ରିମ ଜଙ୍ଗଲର ପରିସର ବୃଦ୍ଧି ପାଉଥିବା ବେଳେ ପ୍ରାକୃତିକ ଜଙ୍ଗଲର ପରିସର ଦ୍ରୁତ ଗତିରେ ସଂକୀର୍ଣ୍ଣ ହେଉଛି । ଏହାକୁ ନେଇବିଶେଷଜ୍ଞ କହିଛନ୍ତି ଯେ, ଏହି ଗଛଗୁଡ଼ିକ ଲୋକଙ୍କୁ କେତେ ସାହାଯ୍ୟ କରେ ତାହା ସେମାନେ ଜାଣନ୍ତି ନାହିଁ ।

ଏକ ବୟସ୍କ ବୃକ୍ଷ ଦୈନିକ ହାରାହାରି ୨୩୦ ଲିଟର ଅମ୍ଳଜାନ ଦେଇଥାଏ । ଏହି ସମୟ ମଧ୍ୟରେ ଏହା ବାୟୁମଣ୍ଡଳରେ ଉପସ୍ଥିତ ୪୮ ପାଉଣ୍ଡ କାର୍ବନ ଡାଇଅକ୍ସାଇଡ୍ ମଧ୍ୟ ଗ୍ରହଣ କରିଥାଏ | ଗଛ ଚାରିପାଖରେ ଅଳିଆ ଆବର୍ଜନା ଜାଳିବା ଦ୍ୱାର ଗଛର ଅମ୍ଳଜାନ ନିର୍ଗତ କରିବାର କ୍ଷମତା ଅଧା ହୋଇ ଯାଏ ।

ପ୍ରତ୍ୟେକ ବ୍ୟକ୍ତି ଦୈନିକ ୫୫୦ ଲିଟର ଅମ୍ଳଜାନ ଆବଶ୍ୟକ କରନ୍ତି । କିନ୍ତୁ ଆଜିର ପିଢି ଏହି ପରିବେଶକୁ ମୂଳରୁ ଶେଷ କରୁଛି । ଜଙ୍ଗଲକୁ ପଦା କରିବା ସହ ଅଜାଣନ୍ତରେ ନିଜ ଭବିଷ୍ୟତକୁ ଅନ୍ଧାରକୁ ଟାଣି ନେଉଛି ।

ସବୁଠୁ ଅଧିକ ଅମ୍ଳଜାନ ବରଗଛ, ନିମ୍ବ ଗଛ, ଆଉ ତୁଳସୀ ଗଛ ଦେଇଥାନ୍ତି । ଏମାନେ ହେଲେ ଜୀବନ ରକ୍ଷାକାରୀ ଗଛ । ଆପଣ ଜାଣନ୍ତି କି ୭୫୦ଲିଟର ଅମ୍ଳଜାନର ମୁଲ୍ୟ ୮୫୦୦ଟଙ୍କା ।

ଅନଲାଇନ୍ କମ୍ପାନୀଗୁଡିକ ୮୫୦୦ ଟଙ୍କାରେ ୭୫୦ ଲିଟର ଅମ୍ଳଜାନ ସିଲିଣ୍ଡର ଯୋଗାଉଛନ୍ତି । ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ବର୍ଷକୁ ୨୩ ଲକ୍ଷ ଟଙ୍କା ମୂଲ୍ୟର ଅମ୍ଳଜାନ ଗ୍ରହଣ କରେ । କେବଳ ସେତିକି ନୁହେଁ ଏମାନେ ଆଜମା ରୋଗକୁ ଦୂର କରିବାରେ ସହାୟତା କରିଥାଏ ।

Leave a Reply