କେମିତି ବଲିଉଡରେ କରିଥିଲେ ଏଣ୍ଟ୍ରି ? ସଂଘର୍ଷମୟ କାହାଣୀ କହିଲେ ସାହିଦ

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା କଳାକାର ସାହିଦ କପୁରଙ୍କୁ କିଏ ବା ନଜାଣେ । ତାଙ୍କର ଷ୍ଟାଇଲକୁ ଯୁବପିଢ଼ୀମାନେ ଫଲୋ କରିଥାନ୍ତି । କିନ୍ତୁ ଏମିତି ଦିନ ଥିଲା ଯେବେ ସେ ଭଡ଼ା ଘରେ ରହୁଥିଲେ ଏବଂ ଡ୍ରେସ କିଣିବାକୁ ତାଙ୍କ ପାଖରେ ଟଙ୍କା ନଥିବା । ସେ ଏକ ପୋଡକାଷ୍ଟରେ ଏଭଳି ଅନେକ ସତ କହିଛନ୍ତି । ଆଜିକାଲି ଅଡିସନ ଦେବାକୁ ବିଏମଡବ୍ଲୁରେ ଆସୁଛନ୍ତି । ଷ୍ଟାର କିଡମାନଙ୍କ ନିର୍ଦ୍ଦେଶକମାନେ ସୁଯୋଗ ଦେଉଛନ୍ତି । ମାତ୍ର ମୁଁ ଏହି ଲାଇନକୁ ଆସିବାକୁ କେତେ ଅଡିସନ ଦେଇଛି ଭାବିଲେ କଷ୍ଟ ଲାଗୁଛି । ମୁଁ ୨୫୦ରୁ ଅଧିକ ଅଡିସନ ଦେବା ପରେ ମୋତେ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା । ମୁଁ ଯେତେବେଳେ ୩ ବର୍ଷର ହୋଇଥିଲି ସେତେବେଳେ ମୋ ବାପା ଏବଂ ମା ଅଲଗା ହୋଇଥିଲେ । ମୋ ମାଆ ଏବଂ ମୁଁ ଭଡ଼ା ଘରେ ରହିଥିୁଲୁ । ଯଦିଓ ମୋ ବାପା ଫିଲ୍ମରେ କାମ କରୁଥିଲେ କିନ୍ତୁ ମୋତେ ପିଲାଦିନରୁ ବହୁ କଷ୍ଟ ସହିବାକୁ ପଡ଼ିଥିଲା । ମା ଜଣେ କଥକ ନୃତ୍ୟ ଶିଳ୍ପୀ ।

ମୋତୋ ବଡ଼ କରିବା ପାଇଁ ମା ବହୁତ କଷ୍ଟ କରିଛନ୍ତି । ତେବେ ସାହିଦଙ୍କ ଫ୍ୟାସନକୁ ନେଇ ପ୍ରଶ୍ନ କରାଯାଇଥିବାବେଳେ ସେ କହିଛନ୍ତି କି, ଏମିତି ଦିନ ଥିଲା ମୁଁ ପିନ୍ଧିବାକୁ କପଡ଼ା ପାଉନଥିଲି । ୨୫୦ରୁ ଅଧିକ ଅଡ଼ିସନ ପରେ ଯେବେ ସୁଯୋଗ ମିଳିଥିଲା ବେଶ ଖୁସି ଅନୁଭବ କରିଥିଲି ।