ସହିଦଙ୍କ ଭାଇ କହିଲେ ବୀରତ୍ୱର କାହାଣୀ : ଯାହା ଉପରେ ହାତ ଉଠାଇଲା,ସେ ଉଠିଲା ନାହିଁ

ପଂଜାବର ପଟିଆଲା ଜିଲ୍ଲାର ମନଦିପ ସିଂହ ଭାରତ ଓ ଚୀନ ସୀମା ବିବାଦରେ ସହିଦ ହୋଇଛନ୍ତି । ୧୫ ଦିନ ତଳେ ସେ ଘରୁ ପୋଷ୍ଟିଂ ସ୍ଥାନକୁ ଫେରିଥିଲେ । ସହିଦ ହେବା ପୂର୍ବରୁ ମନଦୀପ୍ ଯେଉଁ ସାହସର ସହ ଲଢିଥିଲେ ସେ ବାବଦରେ ତାଙ୍କରି ଦଳର ଜଣେ ସଦସ୍ୟ ଏବେ କହିଛନ୍ତି । ତାଙ୍କ ସହ ଲଢୁଥିବା ସାଥୀ ଏବେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ମନଦୀପଙ୍କ ଭାଇ ନିର୍ମଲ ସିଂହ ସେହି ପୋଷ୍ଟରୁ ଏପ୍ରିଲ ୩୦ ତାରିଖରେ ରିଟାୟର ହୋଇଥିଲେ,ଯେଉଁଠି ମନଦୀପ୍ ସହିଦ ହୋଇଛନ୍ତି । ନିର୍ମଲଙ୍କ ଅନୁସାରେ ମନଦୀପ ନିଜ ଦଳର ଲିଡର ଥିଲା । ଯେତେବେଳେ ଚୀନ୍ ସୈନିକ ଆକ୍ରମଣ କରିଥିଲେ ସେତେବେଳେ ସେ ସାହସ ଓ ଆତ୍ମବିଶ୍ୱାସର ସହ ଲଢିଥିଲେ । ମନଦୀପ ଦୁଇ ଜଣ ଚୀନ୍ ସୈନିକଙ୍କୁ ମାଡି ବସିଥିଲେ । କିନ୍ତୁ ପଛପଟୁ ତୃତୀୟ ଚୀନ୍ ସୈନିକ ତାଙ୍କ ଉପରେ ଆକ୍ରମଣ କରିଥିଲା । ଫଳରେ ମନଦୀପଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ଯାହା ଉପରେ କଲେ ଆକ୍ରମଣ,ସେ ଉଠିଲା ନାହିଁ

ନିର୍ମଲଙ୍କ ଅନୁସାରେ ମନଦୀପଙ୍କ ସାଥୀ ସୈନିକ କୁହନ୍ତି ଯେ,ସେ ଯେଉଁ ଚୀନ ସୈନିକଙ୍କ ଉପରେ ହାତ ଉଠାଉଥିଲେ ସେ ଆଉ ଉଠୁନଥିଲେ । ମନଦୀପକୁ ଚୀନ୍ ସୈନିକ ଅଟକାଇ ପାରୁନଥିଲେ । ଶତ୍ରୁ ସୈନିକଙ୍କୁ ସଫା କରି ସେ ଆଗକୁ ବଢୁଥିଲେ । ଦୁଇ ଜଣ ଚୀନ ସୈନିକଙ୍କୁ ସେ ଏକାକୀ ଧରି ରଖିଥିଲେ । କିନ୍ତୁ ପଛ ପାଖରୁ ତୃତୀୟ ଚୀନ୍ ସୈନିକ ତାଙ୍କ ଉପରେ ଆକ୍ରମଣ କରିଥିଲା ।

ମନଦୀପଙ୍କ ବୀରତା କାହାଣୀ ଶୁଣାଇ ନିର୍ମଲ ସିଂହ କହିଥିଲେ ଯେ, ବୁଧବାର ଦିନ ସକାଳେ ତାଙ୍କ ପାଖକୁ ଫୋନ୍ କଲ୍ ଆସିଥିଲା । ମନଦୀପ ଆହତ ହୋଇଥିବା ତାଙ୍କୁ କୁହାଯାଇଥିଲା । କିନ୍ତୁ ଦି’ପହରର କୁହାଗଲା ଯେ,ମନଦୀପ ସହିଦ ହୋଇଛନ୍ତି ।

Leave a Reply