STFର ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ମୃତ
1 min readଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ମୃତ । ଉତ୍ତରପ୍ରଦେଶର ୧ ନମ୍ବର ଅପରାଧୀ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ମୃତ୍ୟୁ STFର ଏନକାଉଣ୍ଟରରେ ହୋଇଛି । ପୋଲିସ ସହ ଗୁଳିବିନିମୟ ବେଳେ ଗମ୍ଭୀର ଭାବେ ଆଘାତ ହୋଇଥିବା ବିକାଶ ଦୁବେର ମୃତ୍ୟୁ ହୋଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି । ଏନେଇ ସୂଚନା ଦେଇଛି କାନପୁର ପୋଲିସ । ତେବେ, ଏହି ଗୁଳିବିନିମୟରେ କେତେ ଜଣ ପୋଲିସ ଆହତ ହୋଇଛନ୍ତି ଜଣାପଡ଼ିନାହିଁ । ବିକାଶ ଦୁବେ ଶରୀରରେ କେତେ ରାଉଣ୍ଡ ଗୁଳି ବାଜିଛି ଜଣାପଡ଼ିନାହିଁ ।
Gangster Vikas Dubey arrested for killing 8 policemen, dead,confirms police. pic.twitter.com/tG8Jb7GJTz
— ANI UP/Uttarakhand (@ANINewsUP) July 10, 2020
ଜୁଲାଇ ୩ରେ କାନପୁର ପୋଲିସର ଏକ ଟିମ୍ ବିକାଶ ଦୁବେକୁ ଧରିବାକୁ ରେଡ୍ କରିଥିଲା । ବିଳମ୍ବିତ ରାତିରେ ହୋଇଥିବା ଏହି ରେଡ୍ ବେଳେ ବିକାଶ ଦୁବେ ସହଯୋଗୀଙ୍କ ସହ ପୋଲିସ୍ ଉପରେ ଆକ୍ରମଣ କରିଥିଲା । ଏଥିରେ ଡେପୁଟି ଏସପିଙ୍କ ସମେତ ୮ ପୋଲିସ ସହିଦ ହୋଇଥିଲେ । ତାପରେ ଖସି ଯାଇଥିଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ । ପୋଲିସ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଥିଲା ।
Gangster Vikas Dubey attempted to flee after the car overturned. Police tried to make him surrender, during which he fired at the policemen. He was injured in retaliatory firing by police. He was later rushed to the hospital: SP Kanpur West pic.twitter.com/iiwM0tcELb
— ANI UP/Uttarakhand (@ANINewsUP) July 10, 2020
୨ ଦିନ ମଧ୍ୟରେ ଉତ୍ତରପ୍ରଦେଶ ପୋଲିସ ବିକାଶ ଦୁବେର ୩ ସହଯୋଗୀଙ୍କୁ ଏନକାଉଣ୍ଟର କରିଥିଲା । ଗୁରୁବାର ଜୁଲାଇ ୯ ତାରିଖରେ ବିକାଶ ଦୁବେକୁ ଉଜ୍ଜୟିନୀରୁ ଗିରଫ କରିଥିଲା ମଧ୍ୟପ୍ରଦେଶ ପୋଲିସ । ପରେ ବିକାଶ ଦୁବେକୁ ମଧ୍ୟପ୍ରଦେଶ ପୋଲିସ ଉତ୍ତରପ୍ରଦେଶ STFକୁ ହସ୍ତାନ୍ତର କରିଥିଲା । ଆଜି ଭୋରରୁ ୟୁପି STF କଡ଼ା ସୁରକ୍ଷା ଭିତରେ ମୋଷ୍ଟ ୱାଣ୍ଟେଡ୍ ବିକାଶ ଦୁବେକୁ କାନପୁର ଅଣାଯାଉଥିଲା ।
ପ୍ରବଳ ବର୍ଷା ମଧ୍ୟରେ STFର କଡ଼ା ସୁରକ୍ଷା ଭିତରେ ଆଜି ଭୋରରୁ ବିକାଶ ଦୁବେକୁ କାନପୁର ଅଣାଯାଉଥିଲା । କାନପୁର ଟୋଲ୍ ଗେଟ ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ବିକାଶ ଦୁବେ ବସିଥିବା STF ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାର ସୁଯୋଗ ନେଇ ବିକାଶ ଦୁବେ ପୋଲିସ ଠାରୁ ରିଭରବଲ ଛଡ଼ାଇ ଖସିଯିବାକୁ ଉଦ୍ୟମ କରିଥିଲା । ପୋଲିସ ତାକୁ ଘେରିଯିବା ପରେ ଗୁଳିବିନିମୟ ହୋଇଥିଲା । ପ୍ରାୟ ୪ କିଲୋମିଟର ପୋଲିସ ବିକାଶ ଦୁବେର ପିଛା କରିଥିଲା ।
ତାପରେ ପୋଲିସ ବିକାଶ ଦୁବେକୁ ଏନକାଉଣ୍ଟର କରିଥିଲା । ତୁରନ୍ତ ତାକୁ ରକ୍ତାକ୍ତ ଅବସ୍ଥାରେ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ମୃତ ଘୋଷଣା କରିଥିବା କାନପୁର ଏସପି ସୂଚନା ଦେଇଛନ୍ତି । ତେବେ, ଏହି ଗୁଳିବିନିମୟ ଓ ଦୁର୍ଘଟଣାରେ କେତେଜଣ ପୋଲିସ ଆହତ ହୋଇଛନ୍ତି ପୋଲିସ ସୂଚନା ଦେଇନାହିଁ ।