ଦୀପାବଳୀ ପୂର୍ବରୁ ଚିନ୍ତାରେ ଦିଲ୍ଲୀ ବାସିନ୍ଦା

1 min read

ପ୍ରଦୁଷଣରୁ ମୁକ୍ତ ହୋଇପାରୁନି ରାଜଧାନୀ ଦିଲ୍ଲୀ  । ଦିନକୁ ଦିନ ନିଶ୍ୱାଶ ନେବା ମଧ୍ୟ ପ୍ରାୟ ଅସମ୍ଭବ ହୋଇଗଲାଣି  । ବିଗତ ୧୫ ଦିନ ମଧ୍ୟରେ ଦିଲ୍ଲୀ ଏନସିଆର’ର ବାୟୁ ପ୍ରଦୁଷଣ ବଢ଼ିବାରେ ଲାଗିଛି । ସବୁଦିନ ସକାଳ ଓ ସନ୍ଧ୍ୟାରେ ବାହାରକୁ ବାହାରିବାକୁ ଡରୁଛନ୍ତି ଦିଲ୍ଲୀ ବାସିନ୍ଦା। ଏସବୁ ସମସ୍ୟାକୁ ନେଇ ଦିଲ୍ଲୀ ଏବେ ଆତଙ୍କିତ । ଯଦି ଦିପାବଳୀ ପୂର୍ବରୁ ଏମିତି ପରିସ୍ଥିତି ଉପୁଜିଲାଣି ତେବେ ଦିପାବଳୀ ପରେ ଅବସ୍ତା କ’ଣ ହେବ ସେ ନେଇ ଚିନ୍ତାରେ ସମସ୍ତେ । ଏନସିଆରର କରନାଲ ସର୍ବାଧିକ ପ୍ରଦୂଷିତ ରହିଥିବା ବେଳେ ନୋଏଡ଼ାରେ ଏୟାର କ୍ବାଲିଟି ଇଣ୍ଡେକ୍ସ  ୩୦୫ ଓ ଦିଲ୍ଲୀରେ ୨୭୦ ରହିଛି ।

ଗାଜିଆବାଦରେ ସୋମବାର ଅପେକ୍ଷା ମଙ୍ଗଳବାର ପ୍ରଦୂଷଣ ଅଧିକ ହୋଇଛି । ସହର ଗୁଡ଼ିକର ଏକ୍ୟୁଆଇ ୧୦୦ ରହିବା ସ୍ଥାନରେ ତିନିଗୁଣା ଅଧିକ ରହୁଛି । ତେବେ ସବୁଠୁ ଅଧିକ ପ୍ରଦୁଷଣଯୁକ୍ତ ସ୍ଥାନ ହିସାବରେ ଦ୍ୱାରକା, ନଜଫଗଡ଼, ନୋଏଡା, ଗୁରୁଗ୍ରାମ, ଆର.କେ ପୁରମ , ତୁଗଲକାବାଦ , ଆୟନଗର , ଗାଜିଆବାଦ, ଆଇଟିଓ, ନରେଲା , ସିରୀ କୋର୍ଟ ଓ ବଜିର ପୁରକୁ ରେକର୍ଡ କରାଯାଇଛି । ')}

Leave a Reply