ଡାକିନେଲେ ଡାକ୍ତରାଣୀ; ଯେଉଁଠି ନେଇଥିଲେ ଜୀବନ, ସେଇଠି ଗଲା ୪ ଜଣଙ୍କ ଜୀବନ

1 min read

ହାଇଦ୍ରାବାଦ: ମଣିଷ ରୂପରେ ରାକ୍ଷସ ସାଜିଥିଲେ । ଅନ୍ଧାରରେ ଅପକର୍ମ କରିବା ପରେ ଯନ୍ତ୍ରଣା ଦେଇ ଜାଳି ଦେଇଥିଲେ । ଆଉ ସେହି ଅନ୍ଧାରର ସୁଯୋଗ ନେଇ ଖସିଯିବା ବେଳେ ଗୁଳି ଖାଇଛନ୍ତି । ପ୍ରିୟଙ୍କାଙ୍କୁ ଛଟପଟ କରି ମାରିଥିଲେ । ସେମାନଙ୍କୁ ବି ଯନ୍ତ୍ରଣାଦାୟକ ମୃତ୍ୟୁ ମିଳିଛି ।ଭୋରରୁ ଘଟଣାସ୍ଥଳରେ ଡେମୋ ଦେଖାଇବା ବେଳେ ଖସିଯିବାକୁ ଅଭିଯୁକ୍ତମାନେ ଚେଷ୍ଟା କରିଥିଲେ । ପୋଲିସ ସେମାନଙ୍କୁ ସେଠାରେ ଗୁଳି କରିଛି । ଭୋର ୩ଟାରୁ ସକାଳ ୬ଟା ମଧ୍ୟରେ ଶାଦନଗର ଚତନପଲ୍ଲୀରେ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଛି ।ମହମ୍ମଦ ଆରିଫ, ନବୀନ, ଶିବା ଓ ଚେନ୍ନାକେଶାବୁଲୁ ଏନକାଉଣ୍ଟରରେ ନିହତ ହୋଇଛନ୍ତି । ଗତ ୨୮ ତାରିଖରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ପରେ ଏହି ୪ ଜଣ ଜାଳି ଦେଇଥିଲେ । ଯାହାକୁ ନେଇ ଦେଶବ୍ୟାପୀ ପ୍ରତିବାଦର ନିଆଁ ଜଳିଥିଲା । ପୋଲିସର ଏନକାଉଣ୍ଟର ପରେ ଶୁଭେଚ୍ଛାର ସୁଅ ଛୁଟିଛି ।ପୀଡ଼ିତାଙ୍କ ବାପା ପୋଲିସ ଓ ସରକାରକୁ କୃତଜ୍ଞତା ଜଣାଇଛନ୍ତି । ଏନକାଉଣ୍ଟର ପରେ ମୋ ଝିଅକୁ ଶାନ୍ତି ମିଳିବ ବୋଲି କହିଛନ୍ତି ପୀଡ଼ିତାଙ୍କ ବାପା ।

https://nandighoshatv.compolice-encounter-4-rape-accused-in-hyderabad/

Leave a Reply