spot_img

Latest Posts

ଦିଲ୍ଲୀରେ ଅଡ୍-ଇଭେନ୍ ନମ୍ବର ହିସାବରେ ଖୋଲିବ ଦୋକାନ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବା କାରଣରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତା ସପ୍ତାହରୁ ଲକଡାଉନରେ କିଛି ରିହାତି ଘୋଷଣା କରିଛନ୍ତି। ଜୁନ୍ ୭ ତାରିଖରୁ ଅଡ୍ ଇଭେନ୍ ନମ୍ବର ଆଧାରରେ ଦୋକାନ ଓ ମଲ୍ ଖୋଲିବ ବୋଲି ସେ ଘୋଷଣା କରିଛନ୍ତି। ଏହାସହିତ ୫୦ ପ୍ରତିଶତ କ୍ଷମତା ସହିତ ମେଟ୍ରୋ ସେବା ଆରମ୍ଭ ହେବ। କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀରେ କରୋନାର ତୃତୀୟ ପ୍ରବାହ ଆସିବା ନେଇ ବିଶେଷଜ୍ଞ ଆଶଙ୍କା କରିଛନ୍ତି। ତେଣୁ ତାକୁ ନେଇ ସରକାର ରଣନୀତି ପ୍ରସ୍ତୁତ କରୁଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ୭ ତାରିଖରୁ ଦିଲ୍ଲୀର ଘରୋଇ କଂପାନୀ ୫୦ ପ୍ରତିଶତ କ୍ଷମତା ସହିତ କାର୍ଯ୍ୟ ଆରମ୍ଭ କରିପାରିବେ। ଜରୁରୀ ସାମଗ୍ରୀର ଦୋକାନ ସବୁଦିନ ଖୋଲିବ। ନୂଆ ଗାଇଡଲାଇନ୍ ଅନୁସାରେ ସରକାରୀ ଅଫିସ ୧୦୦ ପ୍ରତିଶତ ଗ୍ରୁପ୍ ଏ ଅଫିସର ଓ ୫୦ ପ୍ରତିଶତ ତଳିଆ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ। ଜରୁରୀ ସେବାରେ ୧୦୦ ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ।

ଜଣେ ଅଧିକାରୀ କହିଛନ୍ତି ଯେ, ସରକାର କୋଭିଡ୍ ୧୯ ସ୍ଥିତିରେ ଧିରେ ଧିରେ ସୁଧାର ଆସିବା ସହିତ ୭ ଜୁନରୁ ବଜାର ଖୋଲିବ ଓ ଅନ୍ୟ ଗତିବିଧିକୁ ଅନୁମତି ମିଳିବ। ଗତ ସପ୍ତାହରେ ସରକାର ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଥିଲେ।

Latest Posts

Don't Miss