କୋଣାର୍କରୁ ଭୁବନେଶ୍ବର ଆସୁଥିବା ମୋ ବସ୍ ଉପରେ ପଥର ମାଡ଼

କୋଣାର୍କ: କୋଣାର୍କରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ମୋ ବସ୍ ଉପରକୁ ପଥର ମାଡ଼ । କୋଣାର୍କ ନିକଟସ୍ଥ ବାନଖଣ୍ଡି ଗୁଣ୍ଡି ଛକ ଠାରେ ମୋ ବସ୍ ଉପରେ ହୋଇଛି ପଥରମାଡ଼ । ଆଜି ସନ୍ଧ୍ୟାରେ କୋଣାର୍କରୁ ଭୁବନେଶ୍ୱର ମୋ ବସ ଯାଉଥିବା ବେଳେ ଭୁବନେଶ୍ୱରରୁ କୋଣାର୍କ ଆସୁଥିବା ସାରଳା ବସର କିଛି କର୍ମଚାରୀଙ୍କ ମଧ୍ୟରେ କେତେକ କାରଣକୁ ନେଇ ଝଗଡ଼ା ହୋଇଥିଲା ।

ଢେଲା ମାଡ଼ରେ ମୋ ବସର ସାମ୍ନା କାଚ ଭାଙ୍ଗିଛି । ଖବର ପାଇ କୋଣାର୍କ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାରଳା ବସ ଓ କର୍ମଚାରୀଙ୍କୁ ଅଟକ ରଖି ପଚାର ଉଚରା ଜାରିରଖିଛି । ବାରମ୍ବାର ଘରୋଇ ଓ ମୋ ବସ ମଧ୍ୟରେ ବିବାଦ ଯୋଗୁଁ ଯାତ୍ରୀମାନେ ଅସୁବିଧାରେ ପଡୁଛନ୍ତି ।