ସଲମାନ ଖୁର୍ସିଦଙ୍କ ଘର ଉପରେ ଆକ୍ରମଣ, ବିଜେପି ବିରୋଧରେ ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ଘର ଉପରେ ଆକ୍ରମଣ । ପଥର ମାଡ ସହ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ । ଫେସବୁକରେ ଫଟୋ ସେୟାର କରି ଆକ୍ରମଣ ପାଇଁ ବିଜେପିକୁ ଦାୟୀ କରିଛନ୍ତି ଖୁର୍ସିଦ । ଆକ୍ରମଣକାରୀ ହାତରେ ବିଜେପି ପତାକା ଧରିଥିବା ଓ ସାମ୍ପ୍ରଦାୟିକ ସ୍ଲୋଗାନ ଦେଉଥିବା ସେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବତନ ବିଦେଶ ମନ୍ତ୍ରୀ ସଲମାନ ଖୁର୍ସିଦ ତାଙ୍କ ବହି ‘ସନରାଇଜ୍ ଓଭର ଅଯୋଧ୍ୟା’କୁ ନେଇ ବିବାଦରେ ଅଛନ୍ତି । ଏଥିରେ ସେ ହିନ୍ଦୁତ୍ବକୁ ଆତଙ୍କବଦୀ ସଂଗଠନ ଆଇଏସଆଏସ ଏବଂ ବୋକୋ ହରାମ ସହ ତୁଳନା କରିଛନ୍ତି । ଏହାସହ ହିନ୍ଦୁତ୍ବ ରାଜନୀତି ବିପଦ ବୋଲି ଉଲ୍ଲେଖ କରିଛନ୍ତି ।

ଫେସବୁକରେ ଆକ୍ରମଣର ଫଟୋ ପୋଷ୍ଟ କରି ସଲମାନ ଲେଖିଛନ୍ତି ‘କ’ଣ ମୁଁ ଏବେ ବି ଭୁଲ କହୁଛି ? ଏହା କ’ଣ ହିନ୍ଦୁତ୍ବ ?’

ବହିରେ ହିନ୍ଦୁତ୍ବକୁ ନେଇ ଆପତ୍ତିଜନକ ତଥ୍ୟକୁ ପୂର୍ବରୁ ଦୃଢ଼ ବିରୋଧ କରିଥିଲା ଭିଏଚପି । ଶନିବାର ଭିଏଚପି ପକ୍ଷରୁ ସଲମନଙ୍କ ପୁଶପୁତ୍ତୋଳିକା ଦାହ କରାଯାଇଥିଲା । ସଲମାନଙ୍କ ଜୀଭ କାଟିବାକୁ ଧମକ ଦେବା ସହ ଏମିତି ଲୋକଙ୍କୁ ପାକିସ୍ତାନ ଫଠାଇ ଦିଆଯିବା ଦରକାର ବୋଲି କହିଥିଲା ।

ଆକ୍ରମଣ ଘଟଣାକୁ କଂଗ୍ରେସ ସାଂସଦ ଶଶି ଥରୁରୁ ନିନ୍ଦା କରିବା ସହ ଟ୍ବିଟ୍ କରିଛନ୍ତି । ସେ ତାଙ୍କ ଓ୍ବିଟର ହ୍ୟାଣ୍ଡଲରେ ପୋଷ୍ଟ କରି ଲେଖିଛନ୍ତି ‘ସେ ଜଣେ ରାଜନେତା ଯିଏ ଅନ୍ତଃରାଷ୍ଟ୍ରୀୟ ମଞ୍ଚରେ ଭାରତ ପାଇଁ ଗୌରବ ଆଣିଛନ୍ତି । ସବୁବେଳେ ଦେଶରେ ଉଦାରବାଦ ଓ ସମାବେଶି ଦୃଷ୍ଟିକୋଣ ଦେଖାଇଛନ୍ତି । ଆମ ରାଜନୀତିରେ ବଢ଼ି ଚାଲିଥିବା ଅସହିଷ୍ଣୁତାକୁ କ୍ଷମତାରେ ଥିବା ବ୍ୟକ୍ତି ନିନ୍ଦା କରିବା ଦରକାର ।’

ସୂଚନାଯୋଗ୍ୟ, ସଲମାନ ଖୁର୍ସିଦଙ୍କ ବହିର କିଛି ଅଂଶକୁ ନେଇ ବିରୋଧର ସ୍ବର ଉଠିବାରେ ଲାଗିଛି । ଏଥିରେ ସେ ହିନ୍ଦୁତ୍ବକୁ ଆତଙ୍କବାଦୀ ସଂଗଠନ ସହ ତୁଳନା କରିଛନ୍ତି । ବହିରେ ଏକ ବିଷୟ ‘ସାଫରନ୍ ସ୍କାଏ’ ଅର୍ଥାତ ଗେରୁଆ ଆକାଶ ରହିଛି । ଏଥିରେ ସେ ଲେଖିଛନ୍ତି, ‘ହିନ୍ଦୁତ୍ବ ସାଧୁ ସନ୍ଥଙ୍କ ସନାତନ ଓ ପ୍ରାଚୀନ ଧର୍ମକୁ ପୃଥକ କରୁଛି । ଯାହା ଆଇଏସଆଇଏସ ଓ କୋବୋ ହରାମ ପରି ଆତଙ୍କବାଦୀ ସଂଗଠନ ସହ ସମାନ ।’

ନିଜ ବହିକୁ ନେଇ ସେ ଯୁକ୍ତି ବାଢ଼ି କହିଛନ୍ତି, ‘ମୁ୍ଁ କେବେ ବି ହିନ୍ଦୁତ୍ବର ତୁଳନା ଆତଙ୍କବାଦୀ ସଂଗଠନଙ୍କ ସହ କରିନାହାନ୍ତି । ଆତଙ୍କବାଦୀଙ୍କ ପରି ବିଜେପି ସମର୍ଥକ ମଧ୍ୟ ଧର୍ମର ଅପବ୍ୟବହାର କରୁଛନ୍ତି । ମୁଁ ହିନ୍ଦୁ ଧର୍ମର ପ୍ରଶଂସା କରେ । ସେମାନେ ଏହାର ଅପବ୍ୟବହାର କରୁଛନ୍ତି, ଏହାକୁ ନେଇ ମୁଁ ଆପତ୍ତି ଉଠାଇବା କଥା ।’

ଖୁର୍ସିଦ କହିଛନ୍ତି, ବାବରୀ ମସଜିଦ ଭଙ୍ଗା ପରଠାରୁ ମୁଁ ବହି ଲେଖିବାକୁ ମନ ସ୍ଥିର କରିସାରିଥିଲି ଏବଂ ଚୂଡାନ୍ତ ରାୟ ଆସିବାକୁ ଅପେକ୍ଷା କରିଥିଲି । ରାମ ମନ୍ଦିର ଉପରେ ଯେତେବେଳେ କୋର୍ଟଙ୍କ ରାୟ ଆସିଥିଲା ମୁଁ ସମର୍ଥନ କରିଥିଲି ଓ ବହି ଲେଖିବା ଆରମ୍ଭ କରିଥିଲି । ବହି ପ୍ରକାଶ ପାଇବା ପରେ ଏହାକୁ ବିରୋଧ ଓ ଆଲୋଚନା କରାଯାଉଛି।

ଅନ୍ୟପକ୍ଷରେ ହିନ୍ଦୁ ସେନା ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ବହିକୁ ନେଇ ପଟିଆଲା କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ବହି ଛପା ଓ ବିକ୍ରି ଉପରେ ପ୍ରତିବନ୍ଧ ଲଗାଇବାକୁ ସେ ଦାବି କରିଛନ୍ତି ।

Leave a Reply