ପଥର ମାଫିଆଙ୍କୁ ପ୍ରଶାସନର କଡ଼ା ଜବାବ, ରେଡ୍‌ ବେଳେ ୪ଟି ପଥର ବୋଝେଇ ହାଇଓ୍ୱା ଜବତ

ଟାଙ୍ଗୀ: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଖଣି ମାଫିଆଙ୍କ ରାଜ୍ । ଦିନ ରାତି ଏମାନଙ୍କ ପାଇଁ ସବୁ ସମାନ । ବିନା ଡ଼ର ଭୟରେ ବେଧଡ଼କ  କରୁଛନ୍ତି ପଥର ଚୋରା ଚାଲାଣ । ଟାଙ୍ଗୀ ତହସିଲ ଅଞ୍ଚଳରେ ସକ୍ରିୟ ପଥର ମାଫିଆ । ବାରମ୍ବର ଚଢ଼ାଉ ହେଉଛି ବାରମ୍ବର ମାଫିଆ ଗିରଫ ମଧ୍ୟ ହେଉଛନ୍ତି । ହେଲେ ସୁଧୁରିବାର ନା ଧରୁନାହାନ୍ତି ଏମାନେ ।

ତେବେ ପୁଣି ଥରେ ପଥର ଚୋରା ଚାଲାଣ ରୋକିବାକୁ  ଟାଙ୍ଗୀ ତହସିଲ  ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ କରାଯାଇଛି ।୧୬ ନଂ ଜାତୀୟ  ରାଜପଥରେ ଟାଙ୍ଗୀ ଚାନ୍ଦପୁର ବାଇପାସ୍  ନିକଟରେ ଟାଙ୍ଗୀ ତହସିଲଦାର     ଚଢାଉ କରିଛନ୍ତି ।

୪ ମେଣ୍ଟାଲ ବୋଝେଇ ହାଇୱା ସହ ଗୋଟିଏ ମେଣ୍ଟାଲ ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି । ଏହି ଗାଡ଼ି ଗୁଡିକରେ ମେଣ୍ଟାଲ ବୋଝେଇ କରି ଟାଙ୍ଗୀରୁ ଖୋର୍ଦ୍ଧା ଚାଲାଣ କରାଯାଉଥିବା ଜଣାପଡିଛି । ଏହି ଚଢାଉ ଆଗକୁ ଆହୁରି ଜୋରଦାର କରାଯିବ ବୋଲି ଜଣା ପଡିଛି ।

Leave a Reply