ପୋଲିସ ଭୟରେ ଖସି ଯିବାକୁ ଉଦ୍ୟମ ବେଳେ ଦୁର୍ଘଟଣା, ଜଣେ ମୃତ 

ଟାଙ୍ଗୀ: ପୋଲିସ ଭୟରେ ଖସି ଯିବାକୁ ଉଦ୍ୟମ ବେଳେ ସଡ଼କ ଦୁର୍ଘଟଣା ଘଟିଛି । ଟାଙ୍ଗୀ ୧୬ ନମ୍ବର ଜାତୀୟ ରାଜପଥର କୟଠ ପଲା ଛକ ନିକଟରେ ଓଲଟି ପଡ଼ିଛି ପଥର ବୋଝେଇ ଟ୍ରକ୍ । ଟ୍ରକ୍ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ଚିତ୍ତରଞ୍ଜନ ପଲେଇ ବୋଲି ଜଣାପଡ଼ିଛି ।

Stone Loaded Truck Accident In NH 16, One Died

ବିଳମ୍ବିତ ରାତିରେ ଟ୍ରକଟି ଚୋରା ପଥର ବୋଝେଇ କରି ବାଲୁଗାଁ ଅଭିମୁଖେ ଯାଉଥିଲା । କୁହୁଡି ଓଭର ବ୍ରିଜ୍ ତଳେ ପୋଲିସ୍ ପାଟ୍ରୋଲିଂ ଗାଡ଼ିକୁ ଦେଖି ଖସି ଯିବାକୁ ଉଦ୍ୟମ କରିଥିଲେ ଟ୍ରକ୍ ଡ୍ରାଇଭର । ଦ୍ରୁତ ବେଗରେ ପଳାଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଟ୍ରକଟ କୟଠ ପଲା ନିକଟରେ ଓଲଟି ପଡ଼ିଥିଲା ।

Stone Loaded Truck Accident In NH 16, One Died

ଘଟଣାସ୍ଥଳରୁ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ପୋଲିସ ତଦନ୍ତ କରୁଛି ।

Leave a Reply