୩୧ ହଜାର ବର୍ଷ ତଳେ ହେଉଥିଲା ସର୍ଜରୀ,ମିଳିଲା ଗୋଡ଼ କଟା ହୋଇଥିବା କଙ୍କାଳ

ଜାକର୍ତ୍ତା: ଆଜିକାଲି ଆଧୁନିକ ଯୁଗରେ ମେଡିକାଲ ସାଇନ୍ସ ବହୁତ ଉଚ୍ଚ ସ୍ତରକୁ ଗଲାଣି । ଏବେ କିଛି ବି ଅସମ୍ଭବ ନୁହଁ । ହେଲେ ଆପଣ କେବେ ଭାବିଛନ୍ତି କି ପୁରୁଣା ଯୁଗରେ ହାଡ ଗୋଡ଼ ଭାଙ୍ଗୁଥିଲେ କିପରି ଯୋଡ଼ା ଯାଉଥିଲା । ପାଷାଣ କାଳରେ କ’ଣ ମେଡିକାଲ ସାଇନ୍ସ ଥିଲା ।

ଏବେ ଇଣ୍ଡୋନେସିଆର ଏକ ଗୁମ୍ଫାରେ ଏକ କଙ୍କାଳ ମିଳିଛି ଯାହା ମେଡିକାଲ ସାଇନ୍ସର ଇତିହାସ ବଦଳେଇଦେଇପାରେ । ଏହି କଙ୍କାଳ ଦେଖି ବୈଜ୍ଞାନିକଙ୍କ କହିବା କଥା ହେଲା ଏହା ୩୧ ହଜାର ବର୍ଷ ପୂରୁଣା ହୋଇଥାଇପାରେ । ପୂର୍ବ କାଲିମନ୍ତନ ପ୍ରାନ୍ତରେ ଥିବା ଏକ ଗୁମ୍ଫାରେ ଏହାକୁ ପୋତା ଯାଇଥିଲା ।

ଏହି କଙ୍କାଳ ଜଣେ ପୁରୁଷ କି ମହିଳାଙ୍କର ତାହା ଜଣାପଡ଼ିନାହିଁ । କିନ୍ତୁ ଏହି କଙ୍କାଳ ଖୋଳିବା ସମୟରେ ଯାହା ନଜରକୁ ଆସିଛି ତାହା ସମସ୍ତଙ୍କୁ ଚକିତ କରିଛି ।  ଏକ ଜର୍ନାଲରେ ଲେଖା ହୋଇଥିବା ତଥ୍ୟରୁ ଜଣାପଡ଼ିଛି ଯେ, କଙ୍କାଳର ବାମପଟ ଗୋଡ଼ ନାହିଁ । ଏହାକୁ ଅତି ସାବଧାନତାର ସହ ବିଲକୁଲ ମେଡିକାଲ ଚିକିତ୍ସା ଭଳି କଟାଯାଇଛି । କଙ୍କାଳର ବୟସ ୧୯ରୁ ୨୧ ବର୍ଷ ମଧ୍ୟରେ ହେବ । ଗୋଡକୁ ଅତି ସାବଧାନତାର ସହ କାଟିବା ମାନେ ହେଲା ପୂର୍ବ କାଳରେ ମଧ୍ୟ ଲୋକଙ୍କୁ ଚିକିତ୍ସା ପଦ୍ଧତି ଜଣା ଥିଲା । ସେମାନେ ମଧ୍ୟ ଏହି ପଦ୍ଧତିରେ ନିପୁଣ ଥିଲେ ।

୨୦୨୦ ମସିହାରେ ମଧ୍ୟ ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆର ପ୍ରତ୍ନତତ୍ତ୍ବବିତମାନେ ଏକ କଙ୍କାଳ ପାଇଥିଲେ ଯେଉଁଥିରେ ଜଣା ପଡ଼ିଥିଲା ଯେ, ପୂର୍ବ କାଳରେ ମଧ୍ୟ ଲୋକମାନଙ୍କୁ ଚିକିତ୍ସା କୌଶଳ ବେଶ ଭଲ ଭାବେ ଜଣା ଥିଲା ।