ୟୁକ୍ରେନ ସଙ୍କଟ ମଧ୍ୟରେ ଭୁଷୁଡ଼ିଲା ସେୟାର ବଜାର, ୧ ହଜାର ଖସିଲା ସେନସେକ୍ସ

1 min read

ନୂଆଦିଲ୍ଲୀ: ଚରମ ସୀମାରେ ୟୁକ୍ରେନ-ଋଷ ବିବାଦ । ୟୁକ୍ରେନ ସଙ୍କଟର ପ୍ରଭାବ ସେୟାର ବଜାର ଉପରେ ପଡ଼ିଛି । ବିଶ୍ୱରେ ଯୁଦ୍ଧର ଘନଘଟା ଭିତରେ ହତାଶ ହୋଇଛନ୍ତି ନିବେଶକ । ସେନସେକ୍ସରେ ଏକ ହଜାର ପଏଣ୍ଟ ଖସି ଖୋଲିଲା ବଜାର । ସେୟାର ବଜାର କାରବାର ଆରମ୍ଭରୁ ତଳମୁହାଁ ହୋଇଛି ନିଫଟି ଓ ସେନସେକ୍ସ । ବଜାର ଆରମ୍ଭରୁ ପ୍ରାୟ ୩୦୦ ପଏଣ୍ଟ ଖସି  ୧୭ ହଜାର ତଳେ ରହିଛି ନିଫଟି । ଆଜି ସକାଳୁ ମାର୍କେଟ ଖୋଲିବା ପରେ ରେଡ୍ ହୋଇଛି ସବୁ ସେକ୍ଟର ସେୟାର । । IT, ମେଟାଲ, କ୍ୟାପିଟାଲ ଗୁଡ୍ସ, ବ୍ୟାଙ୍କିଂ ସେକ୍ଟର ସେୟାର ଲଗାତାର ହ୍ରାସ ପାଉଛି । ସେପଟେ ଅର୍ନ୍ତରାଷ୍ଟ୍ରୀୟ ବଜାରରେ ବଢୁଛି ଅଶୋଧିତ ତୈଳଦର । ତୈଳ ଦର ବ୍ୟାରେଲ ପିଛା ୯୮ ଟଙ୍କାରେ ପହଞ୍ଚିଛି । ଖୁବଶୀଘ୍ର ଏହା ଶହେ ଛୁଇଁବା ଆଶଙ୍କା କରାଯାଉଛି ।

ଗତ ଦେଢ଼ ମାସ ମଧ୍ୟରେ ଅଶୋଧିତ ତୈଳ ଦର ୪୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଏହା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ମାତ୍ର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିବାରୁ ଭାରତରେ ଏହାର ପ୍ରଭାବ ପଡୁନି । ମାର୍ଚ୍ଚ ୭ ତାରିଖରେ ନିର୍ବାଚନ ଶେଷ ହେବା ପରେ ପେଟ୍ରୋଲ, ଡିଜେଲ ଦର ଅହେତୁକ ବୃଦ୍ଧି ପାଇପାରେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।

Leave a Reply