ସେୟାର ବଜାରରେ ଉତ୍ସାହ, ମାର୍କେଟ ଖୋଲିବା ପରେ ବଢ଼ିଲା ସେନସେକ୍ସ

1 min read

ନୂଆଦିଲ୍ଲୀ: ସେୟାର ମାର୍କେଟରେ ହୋଲି ଫିଭର । ଆଜି ସକାଳୁ ସେୟାର ବଜାର ଖୋଲିବା ପରେ ଉଭୟ ସେନସେକ୍ସ ଓ ନିଫ୍ଟ ବଢ଼ିଥିଲା । ଆଜି ମାର୍କେଟ ଖୋଲିବା ପରେ ହଜାରେ ଅଙ୍କ ବଢ଼ିଛି ସେନସେକ୍ସ । ସେନସେକ୍ସ ଏକ ହଜାର ପଏଣ୍ଟ ବଢ଼ି ୫୭ ହଜାର ୮୨୪ରେ ପହଞ୍ଚିଛି । ସେହିପରି ନିଫ୍ଟ ୩୦୦ରୁ ଅଧିକ ପଏଣ୍ଟ ବୃଦ୍ଧି ପାଇ ୧୭ ହଜାର ୨୦୨ରେ ଖୋଲିଥିଲା । ଅଶୋଧିତ ତୈଳଦର ହ୍ରାସ, ଋଷ-ୟୁକ୍ରେନ ଯୁଦ୍ଧରେ ବିରାମ ପାଇଁ ବୈଠକ ଜାରି ଓ କରୋନା ସଙ୍କଟରେ ସୁଧାର ଆସିବା ଯୋଗୁ ସେୟାର ମାର୍କେଟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଗ୍ଲୋବାଲ ମାର୍କେଟରେ ମଧ୍ୟ ଉତ୍ସାହ ଦେଖାଯାଇଛି । ଅଟୋ, ବ୍ୟାଙ୍କ, କ୍ୟାପିଟାଲ ଗୁଡ୍ସ, FMCG ଓ ଫାର୍ମା ସେକ୍ଟରଗୁଡ଼ିକ ୧ରୁ ୨ପ୍ରତିଶତ ବୃଦ୍ଧି ପାଇଛି ।

ଚମକିଲା ଏଚଡିଏଫସି ସେୟାର

ଆଜି ସକାଳୁ ସେନସେକ୍ସରେ ସବୁଠାରୁ ଅଧିକ ଚମକିଥିଲା ଏସଡିଏଫସିର ସେୟାର । ସେନସେକ୍ସରେ ଏଚଡିଏଫସି ସେୟାର ୩.୦୫ ପ୍ରତିଶତ ବୃଦ୍ଧି ପାଇଥିଲା । ଏଚଡିଏଫସି ନିଫ୍ଟି ମଧ୍ୟ ୨.୯୦ ପ୍ରତିଶତ ବଢ଼ିଥିଲା । ଏହା ବ୍ୟତୀତ ଏସିଆନ ପେଣ୍ଟସ, କୋଟାକ ବ୍ୟାଙ୍କ୍, ଆକ୍ସିସ୍ ବ୍ୟାଙ୍କ ଆଜି ସକାଳୁ ଭଲ କାରବାର କରିଥିଲେ । ସେନସେକ୍ସରେ ସାମିଲ ଥିବା ସମସ୍ତ ୩୦ଟି କମ୍ପାନୀ ଭଲ କାରବାର କରିଥିଲେ ।