ବଜେଟ୍ ପୂର୍ବରୁ ସେୟାର ମାର୍କେଟରେ ଉତ୍ସାହ, ୭୦୦ ପଏଣ୍ଟରୁ ଅଧିକ ବଢ଼ିଲା ସେନସେକ୍ସ

Stock Market Opening With Great Gains Sensex Up

ମୁମ୍ବାଇ: ବଜେଟରୁ ବଡ଼ ଆଶା ନେଇ ସୋମବାର ଘରୋଇ ସେୟାର ବଜାର ଆରମ୍ଭରୁ ଭଲ କାରବାର କରିଛି । ବଜେଟର ଗୋଟିଏ ଦିନ ପୂର୍ବରୁ କାରବାରରେ ସେୟାର ବଜାର ଖୋଲୁ ଖୋଲୁ ୨ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । କାରବାର ଆରମ୍ଭ ହେବା ସହ ସ୍ଥିତି ମଜଭୁତ୍ ରହିଛି । ସେପଟେ ସଂସଦରେ ଆଜି ଆର୍ଥିକ ସର୍ଭେ ରିପୋର୍ଟ ଆସିବାକୁ ଥିବାବେଳେ ବଢ଼ିଛି ସେୟାର ବଜାରର ମନୋବଳ ।

Stock Market Opening With Great Gains Sensex Up

ଗତ ୨ ସପ୍ତାହ ଧରି ସେୟାର ବଜାରରେ ସେତେଟା ଉତ୍ସାହ ନଥିଲା । ତେବେ ସପ୍ତାହ ଆରମ୍ଭରୁ ଭଲ ସ୍ଥିତି ସପ୍ତାହ ଭଲ ରହିବା ଆଶା କରାଯାଉଛି । ଆଜି ବିଏସଇ ସେନସେକ୍ସ ସହ ନିଫ୍ଟି ବଢ଼ିଛି । ସକାଳ ୯ଟା ୨ ସୁଦ୍ଧା ସେନସେକ୍ସ ୭୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇ ୫୮ ହଜାର ପାଖାପାଖି ରହିଛି । ସେହିଭଳି ନିଫ୍ଟି ୧.୨୫ ପ୍ରତିଶତ ବଢ଼ି ୧୭ ହଜାର ୩୦୦ ପଏଣ୍ଟ ପାର କରିଛି ।

ସେୟାର ମାର୍କେଟରେ ଉତ୍ସାହ ଥିବାବେଳେ ଇଣ୍ଡସଇଣ୍ଡ ବ୍ୟାଙ୍କର ସେୟାର ୧.୭୦ ପ୍ରତିଶତ ଖସିଥିବା ବେଳେ ଏଲଆଣ୍ଡଟି ୧.୩୦ ପ୍ରତିଶତ ଖସିଛି । ସେହିଭଳି ଏନଟିପିସି ୦.୬୪ ପ୍ରତିଶତ ଖସିଛି ।

Leave a Reply