ଏସ୍‌ଟିଏଫ୍‌ର ଅପରେସନ୍ ‘ପାଉଡର’: ୩ କେଜି ବ୍ରାଉନ ସୁଗାର, ଚୋରା ବନ୍ଧୁକ ଓ ନଗଦ ୬୫ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ନିଶା ବେପାରୀଙ୍କୁ ଘାରିଛି ଏସଟିଏଫ ଭୟ । ମାରାଥନ ରେଡ୍, ଅତର୍କିତ ଚଢାଉରେ ଅତିଷ୍ଠ ହୋଇ ମାଫିଆ ବଦଲାଉଥିଲା ଠିକଣା । ନୟାଗଡ଼ରୁ ବ୍ରାଉନସୁଗାର ସିଣ୍ଡିକେଟର ନୂଆ ଆଡ୍ଡା ଠାବ ପରେ ଏବେ ଖୋଲିଛି ଗୁମର । ନୟାଗଡ଼ରେ ରହି ନିଶା କାରବାର ଅପରେଟ କରୁଥିଲା ମାଫିଆ ଶିବ ପ୍ରସାଦ ଦାସ । ରେଡ୍ ବେଳେ ଶିବ ଫେରାର ମାରିଥିବା ବେଳେ, ସହଯୋଗୀ କେ, ଭିକି ରାଓଙ୍କୁ ବାନ୍ଧିଛି ଏସଟିଏଫ୍‌ । ଘଟଣାସ୍ଥଳରୁ ୩ କେଜି ବ୍ରାଉନ ସୁଗାର, ମୁଙ୍ଗେର ମେଡ୍‌ ଚୋରା ବନ୍ଧୁକ, ନଗଦ ୬୫ ଲକ୍ଷ ଟଙ୍କା, ଟଙ୍କା ଗଣା ମେସିନ୍‌ ସହ ପ୍ୟାକିଙ୍ଗ ମେସିନ ଜବତ କରିଛି ପୋଲିସ । ସେପଟେ ଆନ୍ତରାଜ୍ୟ ମାଫିଆଙ୍କ ନିଦ ହଜାଇଛି ଏସଟିଏଫ ଡିଆଇଜି ଜୟନାରାୟଣ ପଙ୍କଜଙ୍କ ଟିମ୍ ।

ଏସଟିଏଫର ଅପରେସନ୍‌ ପାଉଡର । ଖସିଗଲା ମାଷ୍ଟର ମାଇଣ୍ଡ । ଜାଲରେ ପଡିଲେ ଖୁଚୁରା ବେପାରୀ । ମୂର୍ଷିଦାବାଦ ଲାଲଗୁଲାରୁ ନୟାଗଡ଼ ଭାୟା ଭୁବନେଶ୍ୱର । ନୟାଗଡ଼ରେ ବ୍ରାଉନସୁଗାର ସିଣ୍ଡିକେଟର ବଡ ଗୁମର । ୩ କେଜି ବ୍ରାଉନ ସୁଗାର, ମୁଙ୍ଗେର ମେଡ୍‌ ଚୋରା ବନ୍ଧୁକ, ନଗଦ ୬୫ ଲକ୍ଷ ଟଙ୍କା, ଟଙ୍କା ଗଣା ମେସିନ୍‌ ସହ ପ୍ୟାକିଙ୍ଗ ମେସିନ ଜବତ କରିଛି ପୋଲିସ । ନୟାଗଡ଼ ସିନ୍ଦୁରିଆ ଉଦୟଲେନରେ ଏକ ଭଡ଼ା ଘରେ ଧନ୍ଦା କରୁଥଲା ଡ୍ରଗ୍ସ ମାଫିଆ ଶିବ ପ୍ରସାଦ ଦାସ । ଏସ୍‌ଟିଏଫ୍‌ର ମାରାଥନ ରେଡ୍‌ ପରେ ମାଷ୍ଟର ମାଇଣ୍ଡ ଶିବ ପ୍ରସାଦର ବଦଳିଥିଲା ନେଟୱର୍କ । ଫିଲ୍ମି ଷ୍ଟାଇଲରେ କରୁ ଥିଲା ଧଳାଜହରର ଧନ୍ଦା । ଡିଲର ନୁହେଁ ଡାଇରେକ୍ଟ ଡିଷ୍ଟ୍ରିବ୍ୟୁଟର ପାଖରୁ ଆଣୁଥିଲା ମାଲ। ଗତ କାଲି ରେଡ୍ ବେଳେ ଶିବ ପ୍ରସାଦ ଫେରାର ମାରିଥିବା ବେଳେ, ସହଯୋଗୀ କେ, ଭିକି ରାଓଙ୍କୁ ଗିରଫ କରିଛି ଏସଟିଏଫ୍‌ । ତେବେ ଜବତ ହୋଇଥିବା ମୋବାଇଲ ଓ ଟ୍ୟାବରୁ ଖୋଲିବ ଶିବ ଆଣ୍ଡ କୋର ଗୁମର ।

ନିଶା କାରବାରା ବିରୋଧରେ ଏସଟିଏଫର ହଲ୍ଲାବୋଲ ପରେ ଥରହର ନିଶା ସାମ୍ରାଜ୍ୟ । ପଶ୍ଚିମବଙ୍ଗ ଏସଟିଏଫ ସହାୟତାରେ ଆନ୍ତରାଜ୍ୟ ଡ୍ରଗ୍ସ ମାଫିଆଙ୍କ ଆଡ୍ଡାରେ ଧସେଇ ପଶିଛି ଏସଟିଏଫ ଡିଆଇଜି ଜୟନାରାୟଣ ପଙ୍କଜଙ୍କ ଟିମ୍ । ନିଶା ମାଫିଆ ସେକ୍‌ ଲାଲ ଓ ରାଜସ୍ଥାନରୁ ସେକ୍ ଆଜମଲକୁ ପିନ୍ଧାଇଛନ୍ତି ହାତକଡ଼ି । ଓଡ଼ିଶାର ଡ୍ରଗ୍ସ ହବ୍‌ ବାଲେଶ୍ଵର ଓ ଜଳେଶ୍ୱରର ସେକ ରାଜା, ଟକୁଲ ରାଜା, ସେକ ହାସିମ, ସେକ ନସିମ୍‌, ସେକ ଆସିକି ଓ ଲୋକନାଥ ବେହେରା ଭଳି ୧୦ରୁ ଅଧିକ ନିଶା ମାଫିଆଙ୍କୁ କାଳକୋଠରୀକୁ ପଠାଇଛି ଏସଟିଏଫ । ସେହିପରି ସେକ୍‌ ରାଜା ଓ ଟକୁଲ ରାଜାର କୋଟି କୋଟି ଟଙ୍କାର ସମ୍ପତି ବାଜ୍ୟାପ୍ତି ହୋଇଛି ।

ଗତ ୨ବର୍ଷରେ ଏସ୍‌ଟିଏଫ୍‌ ୫୭ କେଜି ବ୍ରାଉନସୁଗର ସହ ୮୭ କୁଇଣ୍ଟାଲ ଗଂଜେଇ ଜବତ କରିଛି । ୧୨୨ ଜଣ ନିଶା ମାଫିଆଙ୍କୁ ଗିରଫ କରିଛି । ସେହିପରି ଜଙ୍ଗଲ ତସ୍କରୀ ରୋକିବାକୁ ସ୍ପେଶାଲ ଡ୍ରାଇଭ ଜାରି ରଖିଛି ଏସଟିଏଫ । ଗତ ୨ ବର୍ଷରେ ୨୫ଟି ବାଘଛାଲ, ୭ଟି ହାତୀଦାନ୍ତ, ୧୦ଟି ଜୀବନ୍ତ ବଜ୍ରାକାପ୍ତା ଓ ୧୬ କେଜି ବଜ୍ରାକାପ୍ତା କାତି ଜବତ ସହ ୫୬ ଜଣ ଗିରଫ ହୋଇଛନ୍ତି ।

Leave a Reply