ବେତନଟୀରୁ ୨ଟି କଲରାପତରିଆ ଛାଲ ଜବତ, ୨ ଗିରଫ

STF Seized Two Leopard Skin In Betanati

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ବେତନଟୀରେ ଏସଟିଏଫର ରେଡ୍ । ୨ ବାଘ ଛାଲ ଜବତ ସହ ୨ ଜଣଙ୍କୁ ଧରିଲା ସ୍ୱତନ୍ତ୍ର ଟାସ୍କଫୋର୍ସ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେତନଟୀ ଏସସିବି ଜୁନିଅର କଲେଜ ରଗଢ଼ା ନିକଟରେ ରେଡ୍ କରିଥିଲା ଏସଟିଏଫ୍ ଓ ବେତନଟୀ ବନ ବିଭାଗ । ଅଭିଯୁକ୍ତଙ୍କ ଠାରୁ ୨ଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି ।

STF Seized Two Leopard Skin In Betanati

ମାମଲାରେ ଏସଟିଏଫ୍ ଖୁଣ୍ଟା ଥାନା ଅନ୍ତର୍ଗତ କୁଆମରା ଗାଁର ପ୍ରଶାନ୍ତ ମହାନ୍ତି ଓ ବଡ଼ସାହି ଥାନା ଅନ୍ତର୍ଗତ ବାଲିଜୁଡ଼ାର ଗୋରା ବିନ୍ଧାଣୀଙ୍କୁ ଗିରଫ କରିଛି । ଗିରଫ ୨ ଅଭିଯୁକ୍ତଙ୍କ ଠାରୁ ଅନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି । କଲରାପତରିଆ ଛାଲକୁ ଅଧିକ ତଦନ୍ତ ପାଇଁ ଡେରାଡୁନ୍ ସ୍ଥିତ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯିବ ।

୨୦୨୦ରୁ ଏସଟିଏଫ୍ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ଏଯାବତ୍ ୨୪ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବା ବେଳେ ୧୨ଟି ହାତୀଦାନ୍ତ, ୭ଟି ହରିଣ ଛାଲ, ୯ଟି ବଜ୍ରକାପ୍ତା ଏବଂ ୧୫ କେଜି ବଜ୍ରକାପ୍ତା କାତି ଜବତ ହୋଇଛି । ମୋଟ ୫୪ ଜଣ ବନ୍ୟପ୍ରାଣୀ ଅପରାଧୀ ଗିରଫ ହୋଇଛନ୍ତି ।

Leave a Reply