ଡିଲ୍ ବେଳେ ରେଡ୍; ବାଘଛାଲ ସହ ହାତୀ ଦାନ୍ତ ଜବତ, ୨ ବେପାରୀ ଗିରଫ
1 min readଭୁବନେଶ୍ୱର: ନୟାଗଡ଼ ଗଣିଆ-ଚାମୁଣ୍ଡିଆ ରୋଡର ମାଆ କଳାପାଟ ମନ୍ଦିର ନିକଟରେ ବାଘଛାଲ ଡିଲ୍ ବେଳେ କ୍ରାଇମବ୍ରାଞ୍ଚ STF ରେଡ୍ କରିଛି । ଗୋଟିଏ ହାତୀଦାନ୍ତ ସହ ଚିତା ବାଘଛାଲ ଜବତ କରିଛି ଏସଟିଏଫ୍ । ଲକ୍ଷାଧିକ ଟଙ୍କାର ଡିଲ୍ ବେଳେ ୨ ବାଘଛାଲ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।
ଗିରଫ ୨ଜଣ ହେଲେ ଚକ୍ରଗଡ଼ର ରମେଶ ପ୍ରତିହାରୀ ଓ ବେଠିଆସାହିର ବିମ୍ବାଧର ତରାଇ । ଉଭୟଙ୍କୁ ଗିରଫ କରାଯାଇ ଏସିଟିଏଫ୍ ମାମଲା ରୁଜୁ କରିଛି । ଜବତ ବାଘଛାଲ ଓ ହାତୀ ଦାନ୍ତକୁ କେମିକାଲ୍ ଏକଜାମିନେସନ୍ ପାଇଁ ଡେରାଡୁନ୍ ସ୍ଥିତ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯିବ । ଏବେ ମାମଲାର ତଦନ୍ତ ଜାରି ରହିଛି ।
ବର୍ଷକ ମଧ୍ୟରେ ଏସଟିଏଫ୍ ୧୩ଟି ବାଘଛାଲ ଜବତ କରିଥିବା ବେଳେ ୯ଟି ହାତୀଦାନ୍ତ, ୨ଟି ହରିଣ ଛାଲ, ୩ଟି ଜୀବନ୍ତ ବଜ୍ରକାପ୍ତା ଏବଂ ୫ଟି ବଜ୍ରକାପ୍ତା କାତି ଜବତ କରିଛି । ୨୭ ବନ୍ୟପ୍ରାଣୀ ଅପରାଧୀ ଗିରଫ ହୋଇଥିବା ବେଳେ ମୋଟ୍ ୧୫ଟି କେସ୍ ରୁଜୁ କରାଯାଇଛି ।