୨୨.୫ ଟନ୍ କୋଇଲା ଚୋରା ଚାଲାଣ ବେଳେ ଜବତ କଲା STF
1 min read
ଅନୁଗୁଳ: ଅନୁଗୁଳରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ (STF)ର ରେଡ୍ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁରେ ରେଡ୍ କରିଥିଲା । ଏମସିଏଲର ହିଙ୍ଗୁଳା ମାଇନ୍ସରୁ କୋଇଲା ଚୋରା ଚାଲାଣ ନେଇ ଖବର ପାଇଥିଲା ଏସଟିଏଫ୍ । ରେଡ୍ ବେଳେ ଏସଟିଏଫ୍ ୨୨.୫ ଟନ୍ ଚୋରା କୋଇଲା ଭର୍ତ୍ତି ଟ୍ରକ୍ ଜବତ କରିଛି । ଏଥିସହ ଅଜୟ ପ୍ରଧାନ ନାମକ ଜଣଙ୍କୁ ଗିରଫ କରାଯାଇଛି ।
ଗିରଫ ଅଜୟ ପ୍ରଧାନ ଘର ଶିଳ୍ପାଞ୍ଚଳ ଥାନାର କଙ୍କରେଇ ଗାଁରେ ବୋଲି ଜଣାପଡ଼ିଛି । ଚୋରା କୋଇଲା ଭର୍ତ୍ତି ଟ୍ରକ୍ ସହ ଅନ୍ୟ କିଛି ସାମଗ୍ରୀକୁ ଜବତ କରିଛି ସ୍ୱତନ୍ତ୍ର ଟାସ୍କ ଫୋର୍ସ । ଏନେଇ ଅନୁଗୁଳର ଶିଳ୍ପାଞ୍ଚଳ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ୩୭୯/୪୧୧/୪୧୩/୧୨୦(ବି) /୩୪ ଦଫା ଲାଗିଛି ଅଭିଯୁକ୍ତ ବିରୋଧରେ । ଏବେବି ମାମଲାର ତଦନ୍ତ ଜାରି ରହିଛି ।