ସାତକୋଶିଆରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ବ୍ୟବସାୟୀ ଗିରଫ

1 min read

ମୟୁରଭଞ୍ଜ: ସାତକୋଶିଆ-ନାଲଦା ରାସ୍ତାର ମହୁଲଦିଆ ନିକଟରୁ ଏକ ଜୀବନ୍ତ ବଜ୍ରକାନ୍ତା ଉଦ୍ଧାର କରାଯାଇଛି । ବିକ୍ରି ଉଦ୍ଦେଶ୍ୟରେ ଅଣାଯାଇଥିବା ବଜ୍ରକାପ୍ତାକୁ ଉଦ୍ଧାର କରିଛି ଏସଟିଏଫ୍। ସାତକୋଶିଆ ରେଞ୍ଜ ଅଧିକାରୀଙ୍କ ସହଯୋଗରେ ଏସଟିଏଫ୍ ଚଢ଼ାଉ କରି ବଜ୍ରକାପ୍ତା ଉଦ୍ଧାର କରିବା ସହ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି  କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ନୀଳମଣି ଦେହୁରୀ ।

ଉଦ୍ଧାର ବଜ୍ରକାପ୍ତାକୁ କରଞ୍ଜିଆ ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି । ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମନ୍ତେ ୨୦୨୦ରୁ ଏକ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି । ମାତ୍ର ଏହା ପରଠାରୁ ସେହି ଅଞ୍ଚଳରୁ ୨୧ଟି ବାଘ ଛାଲ, ୧୧ଟି ହାତୀ ଦାନ୍ତ, 2ଟି ହରିଣ ଛାଲ, ୮ଟି ଜୀବନ୍ତ ବଜ୍ରକାପ୍ତା, ୧୫ଟି ବଜ୍ରକାପ୍ତା କାତି ଜବତ ହୋଇଛି । ବନ୍ୟପ୍ରାଣୀଚାଲାଣ ଏବଂ ମୃତ୍ୟୁ ମାମଲାରେ ଲିପ୍ତ  ୪୭ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

 

Leave a Reply