STFର ୨୦୨୨ ରିପୋର୍ଟ; ୧୩୩ ଅଭିଯୁକ୍ତ ଗିରଫ

1 min read

ଭୁବନେଶ୍ୱର: ୨୦୨୨ର ବାର୍ଷିକ ରିପୋର୍ଟର ରଖିଛି ଏସଟିଏଫ୍ । ୭୫ଟି ମାମଲାରେ୧୩୩ ଅଭିଯୁକ୍ତଙ୍କୁ ଗିରଫ କରିଛି STF । ୭ ରାଜ୍ୟର ୧୪ ଅପରାଧୀଙ୍କୁ ଗିରଫ କରାଯାଇଛି । NDPSର ୨୭ଟି ମାମଲାରେ ୨୨କୋଟିର ବ୍ରାଉନସୁଗାର, ୨୫୨୪ କେଜି ଗଂଜେଇ, ୨୦୨ଗ୍ରାମର କୋକେନ, ୫୧୭ ଗ୍ରାମ ଅଫିମ, ୬୫ ଲକ୍ଷ ନଗଦ କ୍ୟାସ ଜବତ କରାଯାଇଛି ।

NDPS ମାମଲାରେ ୧୩ କୋଟି ଟଙ୍କା ସମ୍ପତି ବ୍ୟାଜ୍ୟାପ୍ତି କରିବା ସହିତ ଜବତ ୨୩ କୋଟିର ବ୍ରାଉନସୁଗାର ନଷ୍ଟ ହୋଇଛି । ୫୫ କ୍ୱିଣ୍ଟାଲ ଗଂଜେଇ ନଷ୍ଟ କରାଯାଇଛି । ସେହିଭଳି ବନ୍ୟ ପ୍ରାଣୀ ଅପରାଧରେ ୩୧ଟି ମାମଲା ରହିଛି । ୧୪ଟି କଲରାପତରିଆ ବାଘ, ୧ଟି ମହାବଳ ବାଘ, ୯ଟି ବଜ୍ରକାପ୍ତା, ୨୨ କେଜି ବଜ୍ରକାପ୍ତା କାତି, ୧୪ଟି ହାତୀ ଦାନ୍ତ, ୨ଟି କଲରପତରିଆ ଦାନ୍ତ, ୨୯ଟି ବାଘ ନଖ, ୪୬ଟି ଜୀବନ୍ତ ଶୁଆ ଜବତ ହୋଇଛି ।

ସେହିପରି ୩ଟି ମାମଲାରେ ୧୪ଟି ମରଣାସ୍ତ୍ର ଜବତ । ୬୦ଟି ଜୀବନ୍ତ ଗୁଳି, ୮ ମାଗାଜିନ ଜବତ, ୪ଟି ଜାଲ ନୋଟ ମାମଲାରେ ୪୭ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି । ୫ଟି କୋଇଲା ଚାଲାଣ ମାମଲା ହୋଇଥିବା ବେଳେ ୧୯୨୦ ବୋତଲ କଫ ସିରପ ଓ ଚାଲାଣ ବେଳେ ୨୨ଟି ଗୋରୁ ଜବତ ହୋଇଛି।