କରୋନା ମୃତ୍ୟୁ ହାର କମାଇବାକୁ ଗଠନ ହେଲା ବୈଷୟିକ ଟିମ୍

ଭୁବନେଶ୍ୱର: ରାଜ୍ୟରେ କରୋନାକୁ କାବୁରେ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ପଦକ୍ଷେପ । କିଭଳି କରୋନାକୁ ମାତ୍ ଦେଇ ହେବ ସେନେଇ ଦିନକୁ ଦିନ ନୂଆ ନୂଆ ପଦକ୍ଷେପ ନେଇଛନ୍ତି ସରକାର । ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଉଥିବା ଏହି ପଦକ୍ଷେପକୁ ଅନୁସରଣ କରୁଛନ୍ତି ଅନ୍ୟ ରାଜ୍ୟ । ଏବେ କରୋନାକୁ ନିୟନ୍ତ୍ରଣରେ ଆଣିବାକୁ ଆଉ ପାଦେ ଆଗକୁ ଆସିଛନ୍ତି ରାଜ୍ୟ ସରକାର । କରୋନା ମୃତ୍ୟୁ ହାର କମାଇବାକୁ ଗଠନ ହେଲା ବୈଷୟିକ ଟିମ ।

ଟିମ ଗଠନ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।  ୭ଟି ଯାକ ମେଡିକାଲ କଲେଜ ପ୍ରଫେସରଙ୍କୁ ନେଇ ଟିମ୍ ଗଠନ ହୋଇଛି । ସବୁ ଜିଲା ଗସ୍ତ କରି ଟିମ ଡାକ୍ତରଙ୍କୁ ଆବଶ୍ୟକ ପରାମର୍ଶ ଦେବ । ଦେଶରେ ଓଡ଼ିଶାରେ କରୋନା ମୃତ୍ୟୁ ହାର ସବୁଠୁ କମ୍ ରହିଛି । ମୁଖ୍ୟମନ୍ତ୍ରୀ ମୃତ୍ୟୁ ହାର ଆହୁରି କମାଇବାକୁ ଚାହୁଁଛନ୍ତି । କାରଣ ପ୍ରତ୍ୟେକଟି ଜୀବନ ତାଙ୍କ ପାଇଁ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ନୂଆ ରଣନୀତି ନେଇ ସ୍ୱାସ୍ଥ୍ୟ ବିଭାଗ କାମ କରୁଛି । ସେପଟେ ରାଜ୍ୟରେ ବଢୁଛି କରୋନା ଟେଷ୍ଟିଂ । ଗତ ୨୪ ଘଣ୍ଟାରେ ୫୩ହଜାର ୧୫ ନମୁନା ପରୀକ୍ଷା କରାଯାଇଛି । ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ଟେଷ୍ଟିଂ ହୋଇଛି । ୪୭ହଜାର ୮୩୪ ଆଣ୍ଟିଜେନ୍, ୫ହଜାର ୬୮ ଆରଟି ପିସିଆର୍ ଓ ୧୧୩ ନମୁନା ଟ୍ରୁନଟ୍ ମାଧ୍ୟମରେ ପରୀକ୍ଷା କରାଯାଇଛି । ଏଥିସହ ରାଜ୍ୟରେ ୧୦ ଲକ୍ଷ ୬୦ ହଜାର ଟପିଛି କରୋନା ଟେଷ୍ଟିଂ । ଗତ ୪ ଦିନ ଧରି ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଉଛି ।

Leave a Reply