୫ ବର୍ଷର ପୁଅକୁ ପଥରରେ ବାନ୍ଧି କୂଅକୁ ଫିଙ୍ଗିଦେଲା ସାବତ ମାଆ

ସୁନ୍ଦରଗଡ: ସୀମା ଟପିଲା ସାବତ ମାଆର ବର୍ବରତା । ପୁଅକୁ ପଥରରେ ବାନ୍ଧି କୂଅରେ ପକାଇଦେଲା ସାବତ ମାଆ । ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ଜଲଦାସି ବ୍ଲକ ଗାଁରେ ଘଟିଛି ନିର୍ମମ ହତ୍ଯାକାଣ୍ଡ । ସାବତ ମାଆ ୫ ବର୍ଷର ପୁଅକୁ ହତ୍ଯା କରିଥିବା ଅଭିଯୋଗ ହୋଇଛି । ହତ୍ଯା କରିବା ପରେ ପୁଅର ନିଖୋଜ ନାଟକ ରଚିଥିଲା ସାବତ ମାଆ । ଗତ ୧୨ ତାରିଖରେ ପୁଅ ନିଖୋଜ ହୋଇଯାଇଥିବା ନେଇ ରଘୁନାଥପାଲି ଥାନାରେ ସାବତ ମାଆ ନାଉରୀ ଗୁଡ଼ିଆ ଅଭିଯୋଗ କରିଥିଲେ । ଏନେଇ ପୋଲିସ ତଦନ୍ତ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା । କୂଅରେ ଏକ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ପଚରାଉଚୁରା କରିବା ପରେ ସତ ମାନିଥିଲା ଅଭିଯୁକ୍ତ । ପଥରରେ ବାନ୍ଧି ପୁଅକୁ କୂଅରେ ପକାଇ ହତ୍ଯା କରିଥିବା ଅଭିଯୁକ୍ତ ସ୍ବୀକାର କରିଛି । ପୋଲିସ ସାବତ ମାଆକୁ ଗିରଫ କରି ତଦନ୍ତ ଜାରି ରଖିଛି ।