ଦେଶରେ ଲଗାତାର ବଢୁଛି H3N2 ସଂକ୍ରମଣ, ୬ରୁ ଅଧିକ ରାଜ୍ୟରେ ଉପରମୁହାଁ ସଂଖ୍ୟା
1 min readନୂଆଦିଲ୍ଲୀ: କାୟା ମେଲାଇଲାଣି H3N2 । ଦେଶରେ ଲଗାତାର ସଂକ୍ରମଣ ବଢୁଥିବାବେଳେ ଆଲର୍ଟରେ ସବୁ ରାଜ୍ୟ । ୬ରୁ ଅଧିକ ରାଜ୍ୟରେ H3N2 ଜନିତ ସଂକ୍ରମଣ ବଢିଥିବାବେଳେ ମହାରାଷ୍ଟ୍ରରେ ହାଇଆଲର୍ଟ ଜାରି ହୋଇଛି । ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ପୁଡୁଚେରୀ, ତାମିଲନାଡୁ ଓ ଆସାମରେ ସଂକ୍ରମଣ ବଢିବାରେ ଲାଗିଛି । ମଧ୍ୟପ୍ରଦେଶ ଓ ବିହାରକୁ ବ୍ୟାପିଛି ଭାଇରସ । କେବଳ ମହାରାଷ୍ଟ୍ରରେ ୩୫୨ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଦେଶରେ H3N2ରେ ୯ ଜଣଙ୍କର ମୃତ୍ୟୁ ହେଲାଣି । ସ୍ଥିତିକୁ ଦେଖି ଦିଲ୍ଲୀରେ ଜାରି ହୋଇଛି ସ୍ବତନ୍ତ୍ର ସତର୍କତା । ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ଲାଗି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଇନଫ୍ଲୁଏଞ୍ଜା ଓ କୋଭିଡର ନିୟନ୍ତ୍ରଣ ଲାଗି ମନିଟରିଂକୁ ଗୁରୁତ୍ବ ଦିଆଯାଇଛି । ସେପଟେ କରୋନା ସଂକ୍ରମଣ ମଧ୍ୟ ବଢିବାରେ ଲାଗିଛି । ୪ ମାସ ମଧ୍ୟରେ ସର୍ବାଧିକ ଦୈନିକ ସଂକ୍ରମଣ ରେକର୍ଡ ହୋଇଛି । ଆତଙ୍କିତ ନହୋଇ ଲୋକମାନେ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।