spot_img

Latest Posts

ଚୀନରେ ବ୍ୟାପୁଥିବା ନିମୋନିଆକୁ ନଜରରେ ରଖି ଭାରତରେ ଆଲର୍ଟ…

ନୂଆଦିଲ୍ଲୀ: ଚୀନରେ ଶିଶୁମାନଙ୍କ ମଧ୍ୟରେ ବଢିଚାଲିଥିବା ନିମୋନିଆ ବିପଦକୁ ନେଇ ଭାରତରେ ଆଲର୍ଟ ଜାରି। ୬ ରାଜ୍ୟରେ ଜାରି ହୋଇଛି ଆଲର୍ଟ। ରାଜସ୍ଥାନ, କର୍ଣ୍ଣାଟକ, ଗୁଜରାଟ, ଉତ୍ତରାଖଣ୍ଡ, ହରିୟାଣା ଏବଂ ତାମିଲନାଡୁର ସରକାର ସତର୍କତା ଜାରି କରିଛନ୍ତି। ଏହି ସବୁ ରାଜ୍ୟ ଗୁଡିକରେ ନିମୋନିଆ ଚିକିତ୍ସା ଲାଗି ହସ୍ପିଟାଲ ଗୁଡିକ ପ୍ରସ୍ତୁତ ରଖିବାକୁ ସେଠାକାର ସରକାର ଆଲର୍ଟ ଜାରି କରିଛନ୍ତି।

ଏହାସହ ଶ୍ବାସ ଜନିତ ରୋଗରେ ପୀଡ଼ିତଙ୍କ ଚିକିତ୍ସା ଲାଗି ସମସ୍ତ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେ୍ଶ ଜାରି ହୋଇଛି । କର୍ଣ୍ଣାଟକ ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିଜ ରାଜ୍ୟର ଲୋକଙ୍କୁ ଥଣ୍ଡା ଜନିତ ରୋଗ ନେଇ ସତର୍କ ରହିବାକୁ କହିଛି। ଥଣ୍ଡା ଜନିତ ରୋଗରେ ପୀଡ଼ିତ ହେଲେ କଣ କରିବେ, କଣ ସବୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବେ ଏହାକୁ ନେଇ ଆଲର୍ଟ ଜାରି କରାଯାଇଛି। ଥଣ୍ଡାଜନିତ ରୋଗୀ ମୁହଁରେ ମାସ୍କ ପିନ୍ଧିବା ସହ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ବାରୋପ କରାଯାଉଛି।

ସେହିପରି ବାରମ୍ବାର ମୁହଁକୁ ସ୍ପର୍ଶ ଦ୍ବାରା ମଧ୍ୟ ରୋଗ ସଂକ୍ରମଣ ଅଧିକ ହେବା ସମ୍ଭାବନା ରହିଛି। ଗହଳି ସ୍ଥାନରୁ ନିଜକୁ ଦୂରେଇ ରଖିବାକୁ କୁହାଯାଇଛି। ଅପରପକ୍ଷେ ରାଜସ୍ଥାନ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଆଲର୍ଟ ଜାରି କରିଛନ୍ତି। ଉତ୍ତରାଖଣ୍ଡର ୩ ଜିଲ୍ଲା ଚୀନ ସଂଲଗ୍ନ ହୋଇଥିବାରୁ ସେଠାରେ ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଛି। ଥଣ୍ଡାରୋଗ ଜନିତ ସ୍ଥିତିର ମୁକାବିଲା ନେଇ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ପରେ ରାଜ୍ୟସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Latest Posts

Don't Miss