୯୩୦ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦେଲା ଷ୍ଟେଟ ସିଲେକ୍ସନ ବୋର୍ଡ

1 min read
State Selection Board Appointed 930 Professor

ଭୁବନେଶ୍ୱର: ପୁଣି ଟ୍ରାକକୁ ଫେରିବ କରୋନାରେ ଧିମା ପଡ଼ିଥିବା ରାଜ୍ୟ ଶୈକ୍ଷିକ ବାତାବାରଣ । ଆରମ୍ଭ ହୋଇଯାଇଛି ଅଧ୍ୟାପକ ନିଯୁକ୍ତି ପ୍ରକିୟା । ଆଜି ଷ୍ଟେଟ ସିଲେକ୍ସନ ବୋର୍ଡ ବା ଏସଏସବି ପକ୍ଷରୁ ୯୭୨ରୁ ୯୩୦ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି । ୨୦୧୫-୧୬ରେ ୧୫୧୦ ଜଣ ଏସଏସବି ଦ୍ୱାରା ନିଯୁକ୍ତି ପାଇଥିଲେ । ୨୦୨୦ରେ ୮୦୯ ଜଣ ପାଇଥିଲେ ନିଯୁକ୍ତି । ସମୁଦାୟ ୩ ହଜାର ୨୯୧ ଜଣ ନିଯୁକ୍ତି ପାଇଛନ୍ତି । ସରକାରୀ କଲେଜରେ ୬୦୬ ଜଣଙ୍କ ନିଯୁକ୍ତି ପ୍ରକ୍ରିୟା OPSC ଦ୍ୱାରା ଚାଲିଛି । ଏଥିରୁ ୧୫୦ ଜଣ ନିଯୁକ୍ତି ପାଇ ସାରିଲେଣି ।

State Selection Board Appointed 930 Professor

ବିଶ୍ୱବିଦ୍ୟାଳୟ ସ୍ତରରେ ୫୦୪ ଜଣ ଆସିଷ୍ଟାଣ୍ଟ ପ୍ରାଧ୍ୟାପକ, ୩୨୦ ଜଣ ଆସିଷ୍ଟାଣ୍ଟ ପ୍ରଫେସର, ୧୮୩ ଜଣ ପ୍ରଫେସର ପଦକୁ ମିଶାଇ ସମୁଦାୟ ୧ ହଜାର ୭ଟି ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି । ଏଥିରୁ ୧୫୦ ଜଣ ନିଯୁକ୍ତି ପାଇ ସାରିଲେଣି । ବିଇଡି କଲେଜର ୩୮୫ ଜଣଙ୍କୁ ନିଯୁକ୍ତି ଦେବାକୁ OPSCକୁ କୁହାଯାଇଛି । ଏହି ନିଯୁକ୍ତ ପ୍ରକ୍ରିୟା ଜାରି ରହି । ଗତ ୩ ବର୍ଷରେ ୪ ହଜାର ୨୫୫ ପଦ SSB, OPSC ଓ ବିଶ୍ୱବିଦ୍ୟାଳୟସ୍ତରରେ ଦିଆଯାଇଛି । ସେଥିରୁ ୨ ହଜାର ୮୧ଟି ପଦରେ ନିଯୁକ୍ତି ସରିଛି ।

State Selection Board Appointed 930 Professor

ତା’ପରେ ଅବସର ନେଉଥିବା ଅଧ୍ୟାପକଙ୍କ ତାଲିକା ଆସିବା ପରେ ବଳକା ସିଟ୍ ପୂରଣ ପ୍ରକ୍ରିୟା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି ଯେ ଶିକ୍ଷା କ୍ଷେତ୍ରରେ ଅଧ୍ୟାପକ ପଦ ପୂରଣ କରାଯାଉ । ଶିକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାପକମାନଙ୍କ ଯୋଗଦାନ ଓ ରାଜ୍ୟର ସାମଗ୍ରିକ ବିକାଶରେ ଶିକ୍ଷାର ମହତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ନୂଆ ଅଧ୍ୟାପକମାନଙ୍କୁ ଆଜି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।