spot_img

Latest Posts

୩୨ଟି ପିଲାରେ ଗୋଟେ ଗ୍ରୁପ୍, ସପ୍ତାହରେ ତିନି ଦିନ କ୍ଲାସ୍

ଅନଲାଇନ୍ କ୍ଲାସ୍ ପାଇଁ ଉଚ୍ଚ ଶିକ୍ଷା ବିଭାଗ ଜାରି କଲା ଗାଇଡ ଲାଇନ। କରୋନା ପାଇଁ ଅଗଷ୍ଟ ୩୧ ଯାଏ ଶିକ୍ଷାନଷ୍ଠାନଗୁଡ଼ିକରେ ପାଠ ପଢ଼ା ବନ୍ଦ୍ ରଖିବାକୁ ନିର୍ଦ୍ଦେଶ ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୩ ତାରିଖରୁ ରାଜ୍ୟର ସବୁ ଡିଗ୍ରୀ କଲେଜର ଯୁକ୍ତ ତିନି ଓ ପିଜି ରେ ଆରମ୍ଭ ହେବ ଅନଲାଇନ୍ କ୍ଲାସ୍। ଏନେଇ ସବୁ ଡିଗ୍ରୀ କଲେଜ୍ ଅଧ୍ୟକ୍ଷ ମାନଙ୍କୁ ନିର୍ଦ୍ଦେଶ ଦେଲେ ଉଚ୍ଚ ଶିକ୍ଷା ସଚିବ।

Online, Guideline, Odisha, Online Class, Education ଗାଇଡଲାଇନ ମୁତାବକ, ଅଧ୍ୟାପକ ମାନେ ସର୍ବାଧିକ ୩୨ ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ହ୍ୱାଟ୍ସଆପ୍ କିମ୍ବା ଇମେଲ୍ ଗ୍ରୁପ୍ କରି ପାଠ ପଢ଼ାଇବେ। ସମସ୍ତ ପାଠ୍ୟ ପୁସ୍ତକ ମଧ୍ୟ ଅନଲାଇନରେ ମିଳିବ  । କଲେଜ୍ କ୍ୟାମ୍ପସରେ ରହି ଗୁଗୁଲ ମିଟ୍, ଜୁମ୍ , ସ୍କାଇପି ଭଳି ଆପ ଜରିଆରେ ଦିନକୁ ୨ରୁ ୩ ଘଣ୍ଟାଏ ଲେଖାଏଁ ସପ୍ତାହକୁ ୩ଦିନ ପାଠ ପଢାଇବେ । ଅନଲାଇନ୍ କ୍ଲାସ୍ ସମୟରେ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ରଖାଯିବ। ଅନଲାଇନ୍ କ୍ଲାସ୍ ଲାଗି ଟାଇମ୍ ଟେବୁଲ୍ ପ୍ରସ୍ତୁତ କରିବେ କଲେଜ୍ କର୍ତ୍ତୃପକ୍ଷ। ଅଧ୍ୟକ୍ଷ ମାନେ ଅନଲାଇନ କ୍ଲାସ୍ କିପରି ଚାଲିଛି ତାହାର ତଦାରଖ କରିବେ। ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକମାନେ କଲେଜକୁ ଅଚାନକ ଗ୍ରସ୍ତ କରି ସ୍ଥିତି ଯାଞ୍ଚ କରିବାକୁ  ମଧ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

Latest Posts

Don't Miss