ବିଡିଏ ପକ୍ଷରୁ ନୋଟିସ୍: ସପିଂମଲ ଓ ହସ୍ପିଟାଲ ଆଗରେ ପାର୍କି କଲେ ଦେବାକୁ ପଡ଼ିବନି ଫି

1 min read

‘ପାର୍କିଂ ଫି’ ବନ୍ଦ ନେଇ ବିଡିଏ ପକ୍ଷରୁ ଜାରିହେଲା ନୋଟିସ । ସପିଂମଲ ହେଉ କି କର୍ମସିଆଲ ବିଲ୍ଡିଂ  ହେଉ ଆଉ ପାର୍କିଂ ଫି ଦେବାକୁ ପଡ଼ିବନି । ଏ ସଂକ୍ରାନ୍ତରେ ବୁଧବାର ଦିନ ପାର୍କିଂ ଫି ବ୍ୟବସ୍ଥା ବନ୍ଦ ନେଇ ବିଡିଏ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ସପିଂମଲ, କମର୍ସିଆଲ ବିଲ୍ଡିଂ, ହସ୍ପିଟାଲ ପାଖରେ ପାର୍କିଂ ଫି ଆଦାୟ ନକରିବାକୁ ବିଡିଏ ପକ୍ଷରୁ ନିର୍ଦ୍ଦେଶ ହୋଇଛି । ପୂର୍ବରୁ ରାଜଧାନୀର ଅନେକ ସପିଂ ମଲ, କମର୍ସିଆଲ ବିଲ୍ଡିଂ, ହସ୍ପିଟାଲ ପାଖରେ  ଗାଡ଼ି ରଖିଲେ ପାର୍କିଂ ଫି ବାବଦରେ କେଉଁଠି ୧୦ ଟଙ୍କା ତ କେଉଁଠି ୫ ଟଙ୍କା ଆଦାୟ କରାଯାଉଥିଲା।

ଏଥର ସପିଂମଲ, କମର୍ସିଆଲ ବିଲ୍ଡିଂ, ହସ୍ପିଟାଲ ଭଳି ସ୍ଥାନ ମାନଙ୍କରେ ପାର୍କିଂ କଲେ ଦେବାକୁ ପଡିବନାହିଁ କୌଣସି ଶୁଳ୍କ । ଯଦି କେହି ଏହି ଆଇନକୁ ଉଲଙ୍ଘନ କରି ‘ପାର୍କିଂ ଫି’ ଆଦାୟ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ନେଇ ବିଡିଏ ତରଫରୁ ସୂଚନା ଦିଆଯାଇଛି । ')}

Leave a Reply