ଦକ୍ଷ ଶିଳ୍ପ ନୀତି ପାଇଁ ଓଡ଼ିଶା ପାଲଟିଛି ନିବେଶକଙ୍କ ପ୍ରଥମ ପସନ୍ଦ: ୨୧୭୧.୮୨ କୋଟି ଟଙ୍କାର ୧୦ ପ୍ରକଳ୍ପକୁ ମଞ୍ଜୁରୀ
1 min read
ଭୁବନେଶ୍ୱର: ଷ୍ଟେଟ ଲେବଲ ସିଙ୍ଗିଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥୋରିଟି ବୈଠକରେ ୧୦ଟି ନୂଆ ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି । ୨ ହଜାର ୧୭୧ କୋଟି ୮୨ ଲକ୍ଷ ଟଙ୍କାର ନୂଆ ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି । ୬୫୦କୋଟିରେ ଯାଜପୁର ବଡଚଣାରେ ହେବ ୩ଟି MTPA ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ । ଝାରୁସୁଗୁଡାରେ ମଧ୍ୟ ୨୦୫ କୋଟି ଟଙ୍କାର ନିବେଶ ହେବ । ଜଗତସିଂହପୁରର ଉଦୟବଟରେ ୧୫୦ କୋଟି ଟଙ୍କାର ନିବେଶ ହେବ । ସେହିଭଳି ବରଗଡରେ ୧୦୦ କୋଟି, ସୋନପୁରରେ ୨୫୮ କୋଟି, ହରିଦାଶପୁରରେ ୧୯୦ କୋଟି, କଳିଙ୍ଗନଗରରେ ୨୧୦ କୋଟି, ଖୋର୍ଦ୍ଧାରେ ୧୧୯ କୋଟି, ଭୁବନେଶ୍ୱରରେ ୧୮୧ କୋଟି ପୁଞ୍ଜି ନେବଶ କରାଯାଇ ପ୍ରକଳ୍ପ ନିର୍ମାଣ କରାଯିବ । ଦକ୍ଷ ଶିଳ୍ପ ନୀତି ପାଇଁ ଓଡ଼ିଶା ଏବେ ନିବେଶକଙ୍କ ପ୍ରଥମ ପସନ୍ଦ ସାଜିଛି । ଏନେଇ ଟ୍ବିଟ କରି ଖୁସି ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ୧୦ଟି ପ୍ରକଳ୍ପ ଦ୍ୱାରା ୫ ହଜାର ୨୪୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପ୍ରକଳ୍ପ ଗୁଡିକ ଶିଳ୍ପ ସମୃଦ୍ଧ ଧାରାକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଦକ୍ଷ ଶିଳ୍ପ ନୀତି ପାଇଁ ଓଡ଼ିଶା ଏବେ ନିବେଶକଙ୍କ ପ୍ରଥମ ପସନ୍ଦ ସାଜିଛି। ସବୁଠୁ ଖୁସିର ବିଷୟ ହେଉଛି ରାଜ୍ୟରେ ୫,୨୦୦ରୁ ଊର୍ଦ୍ଧ୍ଵ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ୧୦ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ଶିଳ୍ପ ସମୃଦ୍ଧ ଧାରାକୁ ଆହୁରି ତ୍ୱରାନ୍ୱିତ କରିବ। #OdishaOnTheMove pic.twitter.com/4ao1JIABfO
— Naveen Patnaik (@Naveen_Odisha) September 5, 2021