ରାଜ୍ୟସ୍ତରୀୟ କରୋନା ସଚେତନତା କର୍ମଶାଳା, ଚାଇନାରୁ ଆସିଥିବା ଟେକ୍ନିସିଆନ୍‌ଙ୍କ ଉପରେ ରହିବ ନଜର

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟସ୍ତରୀୟ ସଚେତନତା କର୍ମଶାଳା । ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ମେଡିକାଲ ସୁପରିଟେଣ୍ଡେଣ୍ଟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହସପିଟାଲ ମ୍ୟାନେଜରଙ୍କୁ ସଚେତନ କରାଯାଉଛି । କରୋନା ସଂକ୍ରମଣ ସନ୍ଦେହ ଥିଲେ, କିପରି ୩ଟି ପର୍ଯ୍ୟାୟରେ ରୋଗୀଙ୍କୁ ଚିକିତ୍ସା ସୁବିଧା ଦିଆଯିବ, ସେନେଇ ଅବଗତ କରାଯାଉଛି ।

ଚାଇନାରୁ ଆସୁଥିବା ଲୋକଙ୍କର କିପରି ଯତ୍ନ ନିଆଯିବ,  ତାଉପରେ ଗୁରୁତ୍ୱ ଦିଆଯାଉଛି । କରୋନା ଯାଞ୍ଚ ପାଇଁ ପୂର୍ବରୁ ଦେଶର ୧୯ଟି ବିମାନବନ୍ଦର ଚିହ୍ନଟ ହୋଇଥିଲା ।

ରାଜ୍ୟ  ସରକାରଙ୍କ ଅନୁରୋଧ ପରେ ଭୁବନେଶ୍ୱର ବିମାନବନ୍ଦର ବି ଏଥିରେ ସାମିଲ ହୋଇଛି । କରୋନା ଭୁତାଣୁ ରକ୍ତ ନମୁନା ପରୀକ୍ଷଣ ପାଇଁ ଏନ୍‌ଆଇଭି ପୁନେ ସମେତ ଦେଶର ୧୦ଟି ଲ୍ୟାବ୍‌ ଚିହ୍ନଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ।

ଓଡ଼ିଶାର ଆର୍‌ଏମ୍‌ଆର୍‌ସି ବି ଏଥିରେ ସାମିଲ ହୋଇଛି । ସେପଟେ ଭୁବନେଶ୍ୱର ଭିଭୋ ଓ ଓପୋ ଅଫିସର ଚାଇନାରୁ ଆସିଥିବା ଟେକ୍ନିସିଆନ୍‌ଙ୍କ ଉପରେ ନଜର ରଖାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।

Leave a Reply