ଧାନ କିଣାରେ ସାମିଲ ହେବେ ଏସ୍‌ଏଚ୍‌ଜି ମହିଳା: ସଂଗ୍ରହ ହେବ ୬୦ଲକ୍ଷ ମାଟ୍ରିକ ଟନ୍‌ ଧାନ

1 min read

ଚଳିତ ବର୍ଷ ୬୦ଲକ୍ଷ ମାଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯିବ । ଧାନ କିଣାର ୪୮ ଘଣ୍ଟା ମଧ୍ୟରେ ଧାନର ମୂଲ୍ୟ ସମ୍ପୃକ୍ତ ଚାଷୀମାନଙ୍କର ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯିବ । ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଧାନ କିଣା କମିଟି ବୈଠକରେ ନିଷ୍ପତ୍ତି ହୋଇଛି ।
ଏଥିସହିତ ଦକ୍ଷତା ଓ ଭିତ୍ତିଭୂମି ଭିତ୍ତିରେ ମହିଳା ସ୍ୱୟଂ ସହାୟକ ମହିଳାମାନଙ୍କୁ ଧାନ କିଣାରେ ସାମିଲ କରାଯିବ । ଚଳିତ ବର୍ଷ ପ୍ରାୟ ୯ ଜିଲ୍ଲାର ପ୍ରାୟ ୧୫୦ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଧାନ କିଣା ପ୍ରକ୍ରିୟାକୁ ମଧ୍ୟସ୍ଥ ଏବଂ ଟ୍ରେଡର ଦଲାଲ ମୁକ୍ତ ରଖିବା ପାଇଁ ଏହାକୁ ସମ୍ପୂର୍ଣ୍ଣଭାବେ ଚାଷୀଙ୍କ ଆଧାର ନମ୍ୱର ଭିତ୍ତିକ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।
ଚଳିତ ବର୍ଷ ଧାନ ବିକ୍ରି କରିବା ପାଇଁ ପି-ପାସ୍‌ ବ୍ୟବସ୍ଥାରେ ପ୍ରାୟ ୧୨.୩୫ ଚାଷୀ ପଞ୍ଜୀକୃତ ହୋଇଛନ୍ତି । ଚଳିତ ବର୍ଷ ଧାନ କିଣା ନଭେମ୍ୱରଠାରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିବ । ଧାନକିଣାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭାଗଚାଷୀମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଚଳିତ ଋତୁରେ ୨୬୬୮ଟି ପ୍ରାଥମିକ କୃଷି ସମବାୟ ସମିତି ଏଥିରେ ସାମିଲ ହେବ । କ୍ରୟ ପ୍ରକ୍ରିୟାକୁ ମଧ୍ୟ ଅନ୍‌ ଲାଇନ୍‌ କରାଯିବ । କେବଳ ନିର୍ଭର ଯୋଗ୍ୟ ଇଣ୍ଟରନେଣ୍ଟ ବ୍ୟବସ୍ଥା ନଥିବା ୧୨୫ଯି ପାକ୍‌ସରେ ଅଫ୍‌-ଲାଇନ୍‌ ବ୍ୟବସ୍ଥା ରହିବ ବୋଲି  ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଶାସନ ସଚିବ ବୀର ବିକ୍ରମ ଯାଦବ । ')}

Leave a Reply