spot_img

Latest Posts

ରାଜ୍ୟସ୍ତରୀୟ ପରେଡ ପାଇଁ ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସକୁ ମଝିରେ ଆଉ ୨ଦିନ। ଏଥିପାଇଁ ଦିଲ୍ଲୀରେ ଚାଲିଛି ଜୋରଦାର ପ୍ରସ୍ତୁତି। ରାଜପଥରେ ଫୁଲ ଡ୍ରେସ ରିହର୍ସାଲ କରାଯାଇଛି। ଚିତାକର୍ଷକ ପରେଡ୍ ସାଙ୍ଗକୁ ଦମ୍ ଦେଖାଇଛନ୍ତି ପରେଡରେ ସାମିଲ ହୋଇଥିବା କଣ୍ଟିଜେଣ୍ଟ। ଏପଟେ ରାଜ୍ୟସ୍ତରୀୟ ପରେଡ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି।

ଭୁବନେଶ୍ବର ଗାନ୍ଧୀ ମାର୍ଗରେ ହେଉଛି ରିହର୍ସାଲ। ଆଜି ଅପରାହ୍ନ ୩ଟା ଏବଂ କାଲି ସକାଳେ କରାଯିବ ଫୁଲଡ୍ରେସ୍ ଫାଇନାଲ ରିହର୍ସାଲ। ପୋଲିସ, ସଶସ୍ତ୍ର ବାହିନୀ, କମାଣ୍ଡୋ, ଆନ୍ଧ୍ର ପୋଲିସର ଗୋଟିଏ ଟ୍ରୁପ, ସିଭିଲିଆନଙ୍କୁ ମିଶାଇଲେ ୪୩ରୁ ଉର୍ଦ୍ଧ୍ବ ଟ୍ରୁପ ପରେଡ ଅଭ୍ୟାସରେ ଅଂଶ ଗ୍ରହଣ କରିବେ। ରିହର୍ସାଲରେ ବାଇକରେ ଡେୟାରଡେଭିଲ ଦୁଃସାହସିକ କଳା ପ୍ରଦର୍ଶନ ସମେତ ଓଡିଶା ସ୍କେଟିଂ ଏକାଡେମୀ ପକ୍ଷରୁ ସ୍କେଟିଂ କରିବେ।

ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ରାଜ୍ୟର ଲୋକକଳା, ପାରମ୍ପରିକ ବାଦ୍ୟ, ବାଘନାଚ, ଭାଲୁ ନାଚ ପ୍ରଦର୍ଶନ କରାଯିବ। ଏଥିପାଇଁ ଏସବୁର ଅଭ୍ୟାସ କରାଯିବ। ଚଳିତବର୍ଷ ପରେଡ କମାଣ୍ଡିଂ କରିବେ କେସିଙ୍ଗା ଏସଡିପିଓ ୟଶପ୍ରତାପ ଶ୍ରୀମାଲ ।

Latest Posts

Don't Miss