ରାଜ୍ୟ ଜିଏସଟିର ୨୫ ଜଣିଆ ଟିମ୍ର ଅନୁଗୁଳରେ ଚଢାଉ

ଅନୁଗୁଳ: ଜିଲ୍ଲାରେ ବଡ଼ ଧରଣର ଜିଏସଟି ରେଡ୍ । ରାଜ୍ୟ ଜିଏସଟିର ୨୫ ଜଣିଆ ଟିମ୍ ଚଢ଼ାଉ କରିଛି । ଭୂତ କମ୍ପାନୀ କରି ଜିଏସଟି ଠକୁଥିବା ଅଭିଯୋଗ ହୋଇଛି । ୨ଟି ବ୍ୟାବସାୟିକ ସଂସ୍ଥା ନାଁରେ ଅଭିଯୋଗ ହୋଇଥିଲା । ବିବି ଟ୍ରେଡର୍ସ ଏବଂ ଓମ୍ ରୋଡୱେଜରେ ଚଢାଉ ହୋଇଛି ।
ପରିବାର ସଦସ୍ୟଙ୍କ ନାଁରେ ଏକାଧିକ ସଂସ୍ଥା ଖୋଲି ଠକେଇ ହୋଇଛି । ଲ୍ୟାପଟପ, ବ୍ଲାଙ୍କ ଚେକବୁକ୍ ସହ ବିଭିନ୍ନ ଡକ୍ୟୁମେଣ୍ଟ ଜବତ ହୋଇଛି । ଏନେଇ
ଜିଏସଟି ଡେପୁଟି କମିଶନର ଆଶିଷ ସାହୁ ସୂଚନା ଦେଇଛନ୍ତି ।