ସିଲାବସ୍ କମାଇବା ପାଇଁ ରାଜ୍ୟ ସରକାରଙ୍କ ଘୋଷଣା, ୭ଦିନ ମଧ୍ୟରେ ହେବ ସ୍କୁଲ ସିଲାବସ୍ ନେଇ ଘୋଷଣା

ଭୁବନେଶ୍ୱର : ବିଦ୍ୟାଳୟ ସିଲାବସକୁ ଖୁବ୍ ଶୀଘ୍ର କାଟଛାଣ୍ଟ୍ କରାଯିବ । କରୋନା ସଂକ୍ରମଣ ଫଳରେ ପିଲାଙ୍କ ପାଠପଢା ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ହେତୁ ସରକାର ଏନେଇ ତତ୍ପରତା ଦେଖାଉଛନ୍ତି । ସପ୍ତାହ ମଧ୍ୟରେ ସରକାର ନିଷ୍ପତ୍ତି ନେବେ । ଏଭଳି ମନ୍ତବ୍ୟ ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଗଲା ଜୁନ୍ ୧୪ରୁ ପାଠପଢା ଆରମ୍ଭ ହେବା କଥା । ହେଲେ କୋଭିଡ୍୧୯ ପ୍ରକୋପର ଶିକ୍ଷା ବ୍ୟବସ୍ଥା ଠପ୍ ହୋଇ ପଡ଼ିଛି ।

ତେବେ ସିଲାବସକୁ ସଂକ୍ଷିପ୍ତ କରିବା ପାଇଁ ଏକ ଏକ୍ସପର୍ଟ କମିଟିର ସହଯୋଗ ନିଆଯାଇଥିଲା । ଅତି ଦରକାର ବିଷୟ ବସ୍ତୁକୁ ପ୍ରାଥମିକତା ଦେଇ ସେମାନେ ଏକ ନୂଆ ସିଲାବସ ପ୍ରସ୍ତୁତ ନେଇ ରିପୋର୍ଟ ଦେଇଛନ୍ତି  । ଏବେ ରିପୋର୍ଟ ଉପରେ ଆଲୋଚନା ହେବ । ପ୍ରମୁଖ ସଚିବଙ୍କ ମାଧ୍ୟମରେ ଏହାର ଯାଞ୍ଚ ହେବ । କେତେ ପ୍ରତିଶତ ସିଲାବସ କମିବ ଓ କେଉଁ କେଉଁ ବିଷୟବସ୍ତୁ ବାଦ ପଡ଼ିବ ସେନେଇ ଟିପ୍ପଣୀ ଏବେ କରାଯାଇପାରିବ ନାହିଁ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ସ୍କୁଲ ଖୋଲିବା ଉପରେ ସିଲାବସର କାଟଛାଣ୍ଟ୍ ସିଧାସଳଖ ଭାବେ ନିର୍ଭର କରୁଛି ବୋଲି ମନ୍ତ୍ରୀ କହିଛନ୍ତି । ତାଙ୍କ କହିବା କଥା ଯେ ସ୍କୁଲ ଢେର ଦିନ ହେବ ବନ୍ଦ ହେଲାଣି । କେବେ ସ୍କୁଲ ଖୋଲିଲେ କେତେ ପାଠ୍ୟକ୍ରମ ପଢାଇ ହେବ ତାହା ସ୍ପଷ୍ଟ ଭାବେ ଜଣାପଡ଼ି ପାରିବ ।

Leave a Reply