spot_img

Latest Posts

ଅଫିସରଙ୍କୁ ରାଜ୍ୟ ସରକାରଙ୍କ ନୂଆ ବର୍ଷ ଭେଟି: ୩୫ ଆଇଏଏସ୍‌ଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର: ୧୯୯୦ ବ୍ୟାଚ୍‌ ଆଇଏଏସ୍ ସଞ୍ଜୀବ ଚୋପ୍ରା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ସେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ରହିବେ । ସେହିଭଳି ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ପଦୋନ୍ନତି ହେବା ସହ ସେ ସେହି ପଦରେ କାର୍ଯ୍ୟ କରିବେ । ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣଙ୍କର ମଧ୍ୟ ପଦୋନ୍ନତି ହୋଇଛି । ଯୋଜନା  ଓ ସଂଯୋଜନା ବିଭାଗ ଉପସଚିବ ମନୀଷ ଅଗ୍ରଓ୍ୱାଲଙ୍କୁ ଯୁଗ୍ମ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁଙ୍କର ମଧ୍ୟ ପଦୋନ୍ନତି ହୋଇଛି । ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନଙ୍କର ପଦୋନ୍ନତି ହୋଇଥିବାବେଳେ ଅର୍ଥ ବିଭାଗର ଉପସଚିବ ସିଦ୍ଧାର୍ଥ ଦାସଙ୍କୁ ଯୁଗ୍ମ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ।

ସେପଟେ ଉଚ୍ଚଶିକ୍ଷା ସଚିବ ଶାସ୍ୱତ ମିଶ୍ର, ଖାଦ୍ୟ ଓ ଯୋଗାଣ ସଚିବ ବୀରବିକ୍ରମ ଯାଦବ, କ୍ରୀଡ଼ା ସଚିବ ବିଶାଲ ଦେବଙ୍କୁ ପ୍ରମୁଖ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଓଏମସି ପରିଚାଳନା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା,  ପ୍ରାଣୀ ସମ୍ପଦ ନିର୍ଦ୍ଦେଶକ ରତ୍ନାକର ରାଉତ, ଓଡ଼ିଶା ବିଧାନସଭାର ସଚିବ ଦାଶରଥୀ ଶତପଥୀ, ଗୃହ ବିଭାଗର ଅତିରିକ୍ତ ସଚିବ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଅବକାରୀ କମିଶନର ଅଞ୍ଜନ କୁମାର ମାଣିକ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ବେଣୁଧର ବେହେରା, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ସୁରେଶ ଦଳାଇ ଓ ଯୋଜନା ଏବଂ ସଂଯୋଜନା ବିଭାଗର ଅତିରିକ୍ତ ସଚିବ ଦେବେନ୍ଦ୍ର କୁମାର ଜେନାଙ୍କୁ ସୁପରଟାଇମ୍ ସ୍କେଲକୁ ପଦୋନ୍ନତି ଦିଆଯାଇଛି । 2005 ବ୍ୟାଚ୍ ଆଇଏଏସ୍ ଦେବେନ୍ଦ୍ର କୁମାର ଜେନାଙ୍କୁ ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଏଥିସହିତ 2005 ବ୍ୟାଚର ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ବେଣୁଧର ବେହେରା ଓ ସୁରେଶ ଚନ୍ଦ୍ର ଦଳାଇଙ୍କୁ ମଧ୍ୟ ସ୍ବତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି । 2008 ବ୍ୟାଚର ଆଇଏଏସ୍ ଭୂପିନ୍ଦର ସିଂ ପୁନିଆ, ଯାମିନ ଷଡଙ୍ଗୀ, ଏମ୍. ମୁଥୁକୁମାର, ବି. ପରମେଶ୍ୱରନ, ଗୁହା ପୁନମ ତାପସ କୁମାର, ମାଗୁଣି ଚରଣ ପାତ୍ର, ବୃନ୍ଦାବନ ବେହେରା, ଧନଞ୍ଜୟ ହେମ୍ବ୍ରମ୍, ଗଙ୍ଗାଧର ପାତ୍ର, ପବିତ୍ର ମଣ୍ଡଳ, ସୁନିଲ କୁମାର ନାୟକ ଓ ବାଳକୃଷ୍ଣ ଦେହୁରୀଙ୍କୁ ସିଲେକ୍ସନ ଗ୍ରେଡକୁ ପଦୋନ୍ନତି ଦିଆଯାଇଛି । ୨୦୧୭ ବ୍ୟାଚ୍ ଆଇଏଏସ୍ ପି. ଅନ୍ୱେଷା ରେଡ୍ଡୀ, ପାଟିଲ୍ ଆଶିଷ ଈଶ୍ୱର, ଦିବାକର ଟି.ଏସ, ହେମାକାନ୍ତ ସାଏଙ୍କୁ ସିନିୟର ଟାଇମ ସ୍କେଲକୁ ପଦୋନ୍ନତି ଦିଆଯାଇଛି ।

Latest Posts

Don't Miss