ମାସ୍ କ୍ୱାରେଣ୍ଟାଇନ୍ ପାଇଁ ଜଟଣୀ, କଟକ, ବୁର୍ଲା ଓ ବ୍ରହ୍ମପୁରରେ ସ୍ଥାନ ଚିହ୍ନଟ

1 min read

ଭୁବନେଶ୍ୱର: ଓଡ଼ିଶାକୁ ନାହିଁ କରୋନା ଭୟ । ସନ୍ଦିଗ୍ଧ ଆୟରଲ୍ୟାଣ୍ଡ ନାଗରିକଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଆୟରଲ୍ୟାଣ୍ଡ ନାଗରିକ । ଏଥିସହ ଏସ୍‌ସିବି, ଏମ୍‌କେସିଜି,  ଭୀମ୍‌ସାର ଓ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୦ ଜଣ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଦେଶରେ ୪୦ରୁ ଅଧିକ କରୋନା ରୋଗୀ ଚିହ୍ନଟ ଥିବା ବେଳେ ଏ ଯାଏଁ ରାଜ୍ୟରେ କୌଣସି କୋରୋନା ରୋଗୀ ଚିହ୍ନଟ ହୋଇ ନାହାନ୍ତି । ତେବେ, ରାଜ୍ୟ ସରକାର କରୋନା ସତର୍କତା ପାଇଁ ୧୦ ସୂତ୍ରୀ ଦିଗ ଉପରେ ଫୋକସ୍ କରିଛନ୍ତି ।

ସ୍କୁଲରେ ରହିବ ଉପଯୁକ୍ତ ମାସ୍କ, ବିଦେଶ ଯିବେନି ମନ୍ତ୍ରୀ ଏବଂ ସରକାରୀ କର୍ମଚାରୀ

ସୂତ୍ର ଗୁଡ଼ିକ ହେଉଛି-

୧) ମାସ୍ କ୍ୱାରେଣ୍ଟାଇନ୍ ପାଇଁ ଜଟଣୀ, କଟକ, ବୁର୍ଲା ଓ ବ୍ରହ୍ମପୁରରେ ସ୍ଥାନ ଚିହ୍ନଟ ହୋଇଛି ।

୨) ସମସ୍ତ ଜିଲ୍ଲାପାଳଙ୍କୁ ଜିଲ୍ଲା ମନିଟରିଂ ମୁଖ୍ୟ ଭାବେ ମନୋନୀତ କରାଯାଇଛି ।

୩) କଣ କରିବା ଦରକାର, କଣ ନ କରିବା ଦରକାର ସେଇ ପ୍ରଚାରପତ୍ର ଓଡ଼ିଆ ଓ ଇଂରାଜୀରେ ସମସ୍ତ ଦୈନିକ ଖବରକାଗଜରେ ସର୍କୁଲେଟ୍ କରାଯାଇଛି ।

୪) ସମସ୍ତ ସ୍କୁଲରେ କରୋନାରୁ ବଞ୍ଚିବା ପାଇଁ କଣ କରିବାକୁ ପଡ଼ିବ ସେ ସବୁ ପରାମର୍ଶ ଦିଆସରିଛି ।

୫) ସମସ୍ତ ସରକାରୀ, ଘରୋଇ କର୍ପୋରେଟ୍ କାର୍ଯ୍ୟାଳୟରେ କରୋନାକୁ ନେଇ ଆଡଭାଇଜରି ଜାରି ସରିଛି ।

୬) ନମୁନା ଟେଷ୍ଟ ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦଳ ପ୍ରସ୍ତୁତ ରଖାଯାଇଛି  ।

୭) ସ୍ଥାନୀୟ ଆର୍‌ଏମ୍‌ଆରସିରେ ଟେଷ୍ଟିଂ ସୁବିଧା ଆରମ୍ଭ ହୋଇଛି । ଦିନକୁ ୨୦ଟି ନମୁନା ପରୀକ୍ଷା କରାଯାଇ ପାରିବ ।

୮) ବିମାନ ବନ୍ଦର ଓ ଜଳ ବନ୍ଦରରେ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି ।

୯) ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲ ସମେତ କ୍ୟାପିଟାଲ ହସ୍ପିଟାଲରେ ଆଇସୋଲେସନ୍ ୱାର୍ଡ ପ୍ରସ୍ତୁତ ରଖାଯାଇଛି ।

୧୦) ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ସମେତ ୩ଟି ଟେଲିଫୋନ୍ ନମ୍ବର ଜାରି କରାଯାଇଛି ।

କାୟା ମେଲାଉଥିବା କରୋନାରୁ କେମିତି ଦୁରେଇ ରହିବେ ?

ସୁସ୍ଥ ଲୋକ ମାସ୍କ ନ ପିନ୍ଧିବାକୁ କୁହାଯାଇ ଥିବା ଅସୁସ୍ଥ ଲୋକ ମାସ୍କ ପିନ୍ଧନ୍ତୁ । ଯାହାଙ୍କୁ ଥଣ୍ଡା, କାଶ ହେଉଛି ସେମାନେ ମାସ୍କ ପିନ୍ଧନ୍ତୁ । ସୁସ୍ଥ ହେବା ଯାଏଁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ । କରୋନା ସ୍ଥିତି ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । କେନ୍ଦ୍ର ସରକାରଙ୍କ ସହିତ ମିଳିତ ଭାବେ କାମ କରୁଛୁ । ଏମ୍ସ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରହିଛି । ଆମ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ କହିଛନ୍ତି । ଅଯଥା ଭୟଭୀତ ହୁଅନ୍ତୁ ନାହିଁ, କି କରନ୍ତୁ ନାହିଁ । ଗୁଜବ ଉପରେ ଭରସା କରନ୍ତୁ ନାହିଁ । ହାତ ଧୋଇବା ଅଭ୍ୟାସ ଜାରି ରଖିବାକୁ ଡିଏମଟିର ସିବିକେ ମହାନ୍ତି ଅନୁରୋଧ କରିଛନ୍ତି ।

କାୟା ବିସ୍ତାର କରୁଛି ଭୟଙ୍କର କରୋନା ଭାଇରସ, ବିପଦରେ ୮ ଦେଶ

Leave a Reply