ଏପ୍ରିଲ୍ ୧୫ରୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍, ଏହି ସବୁ ପ୍ରତିବନ୍ଧକ ଉଠାଇଲେ ସରକାର

1 min read
More Than 56 Lakh Farmer Benefited By Odisha Govt KALIA Scheme Each Year

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଆସନ୍ତା ୧୫ ତାରିଖରୁ ରାଜ୍ୟବ୍ୟାପୀ ଲାଗୁହେବ । ଏହା ଏପ୍ରିଲ୍ ୩୦ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ବଳବତ୍ତର ରହିବ । ତେବେ, ପ୍ରଥମ ପର୍ଯ୍ୟାୟ ଲକଡାଉନ୍ ଭଳି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନରେ ପ୍ରତିବନ୍ଧକ ରହିବ । କିନ୍ତୁ, ପ୍ରତିବନ୍ଧକରେ କିଛିଟା କୋହଳ କରିଛନ୍ତି ରାଜ୍ୟ ସରକାର । ବିଶେଷକରି ରବି ଫସଲ ଅମଳ ଓ ଖରିଫ ଫସଲ ଆରମ୍ଭ ହେବାକୁ ଥିବାରୁ ଲକଡାଉନ ପ୍ରତିବନ୍ଧକରୁ ଏହାକୁ ବାଦ୍ ଦିଆଯାଇଛି । ପ୍ରେସମିଟରେ ଏସବୁର ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।

ଏବେ ରବି ଫସଲ ଉତ୍ପାଦନର ସମୟ । ତେଣୁ ଧାନ ଅମଳ, ପରିବହନ, ମିଲିଂ ଆଦି କାର୍ଯ୍ୟ କରିହେବ । ଖରିଫ ଫସଲ କାମ ଆରମ୍ଭ ହେବ । ତାକୁ ଲକ୍ଷ୍ୟରେ ରଖି ସରକାର ଧାନ ବୁଣିବା, ହଳ କରିବା, ତଳି ରୋଇବା, ଭୂମି ପ୍ରସ୍ତୁତି ଆଦି କାର୍ଯ୍ୟ ଉପରୁ ପ୍ରତିବନ୍ଧକ ହଟାଇଛନ୍ତି । ମଣ୍ଡି, ଆରଏମ୍ସି, ପ୍ୟାକ୍ସ ଆଦି ଖୋଲାରହିବ । ଶୀତଳଭଣ୍ଡାର ଓ ଗୋଦାମ ଖୋଲା ରହିବ । କୃଷି ଯନ୍ତ୍ରପାତି ଗୁଡ଼ିକ ରାଜ୍ୟ ଭିତରେ ଓ ରାଜ୍ୟ ବାହାରକୁ ମଧ୍ୟ ଯିବା ଉପରେ କଟକଣା ରହିବ ନାହିଁ । ଉଦ୍ୟାନ କୃଷି ପାଇଁ ଆବଶ୍ୟକ ସମସ୍ତ କାର୍ଯ୍ୟ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ।

ଖରିଫ ଚାଷ ପାଇଁ କୃଷି ଋଣ ଅନୁଷ୍ଠାନ ଖୋଲା ରହିବ । ନାଫେଡ୍, ମାର୍କଫେଡ୍ ଦ୍ୱାରା ନିୟୋଜିତ ସଂସ୍ଥା ଡାଲି ଜାତୀୟ ଦ୍ରବ୍ୟ ସଂଗ୍ରହ କରିପାରିବେ । ମତ୍ସ୍ୟ ଓ ପଶୁ ପାଳନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଜାରି ରହିବ । ଫୁଡ୍ ପ୍ରୋସେସିଂ ୟୁନିଟ୍ କାର୍ଯ୍ୟ କରିବ । ପ୍ରାଣୀ ଚିକିତ୍ସାଳୟ ମଧ୍ୟ କାର୍ଯ୍ୟ କରିପାରିବେ ।

ପୋଖରୀରେ ମାଛଚାଷ, ମାଛଧରା, ସାମୁଦ୍ରିକ ମାଛ ମରା କାର୍ଯ୍ୟକ୍ରମ ଚାଲୁ ରହିବ । ବରଫ କଳ ଉପରେ ମଧ୍ୟ ପ୍ରତିବନ୍ଧକ ରହିବ ନାହିଁ । ମାଛ ଜାଲ୍ ତିଆରି କାରଖାନା ଚାଲିବ । ଗୋଶାଳାଗୁଡ଼ିକ କାର୍ଯ୍ୟକ୍ଷମ ପାଇଁ ପଦକ୍ଷେପ ନିଆଯାଇଛି । ବୁଲା ପଶୁଙ୍କୁ ଖାଦ୍ୟ ଦେବା ପାଇଁ ପଦକ୍ଷେପ ନିଆଯାଇଛି । ଏହି ସମୟରେ ଚାଷ କାର୍ଯ୍ୟ ଓ ପରିବହନ ପାଇଁ ବ୍ୟବହୃତ ଗାଡ଼ି ଯଥା ଟ୍ରାକ୍, ଟ୍ରାକ୍ଟର ଚଳାଚଳ କରିପାରିବେ ।

https://www.facebook.com/nandighoshatv/videos/1537088826466437

ଗ୍ରାମୀଣ ଅଞ୍ଚଳରେ ମନେରଗା, ବିଭିନ୍ନ ଆବାସ ଯୋଜନାରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ ନିର୍ମାଣ ଉପରେ ପ୍ରତିବନ୍ଧକ ରହିବ ନାହିଁ । କେନ୍ଦୁପତ୍ର ତୋଳିବା, ଫଡ଼ିରେ ହେଉଥିବା କାର୍ଯ୍ୟକ୍ରମ କରାଯାଇ ପାରିବ । ଲଘୁବନଜାତ ଦ୍ରବ୍ୟ ସଂଗ୍ରହ, ବଜାର ଚାଲିବ । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ମିଶନ ଶକ୍ତି କାର୍ଯ୍ୟକ୍ରମ ଜାରି ରହିବ ।

ଅନଲାଇନ ପ୍ଲାଟଫର୍ମ ଓ ଇ-କମର୍ସ ସାଇଟରେ ସମସ୍ତ ଜିନିଷ ମଗାଇ ହେବ । କୌଣିସ ପ୍ରତିବନ୍ଧର ରହିବ ନାହିଁ । ରେଷ୍ଟୁରାଣ୍ଟ ଗୁଡ଼ିକ ହୋମ୍ ଡେଲିଭରୀ ଦେବେ, ଗ୍ରାହକ ବସି ଖାଇପାରିବେ ନାହିଁ । ଢାବା ଗୁଡ଼ିକ ଖୋଲା ରହିବ, କିନ୍ତୁ ସେଠାରେ କେହି ଖାଇପାରିବେ ନାହିଁ । ଖାଦ୍ୟ ନେଇ ଅନ୍ୟତ୍ର ଖାଇବେ । ତେବେ, ସବୁକ୍ଷେତ୍ରରେ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟ । ତେବେ, ଏହି ସବୁ କୋହଳ ନିୟମ କଣ୍ଟେନମେଣ୍ଟ ଜୋନରେ ଲାଗୁ ହେବନାହିଁ ।

ଭୁବନେଶ୍ୱରରେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ କୌଣସି ପ୍ରତିବନ୍ଧକ ହଟିବ ନାହିଁ । ରାଜଧାନୀ ପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଅଣାଯିବ । ଏନେଇ ସରକାର ପ୍ରସ୍ତୁତି ଚଳାଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

Leave a Reply