ଆଉ ପଡ଼ି ରହିବନି ମାମଲା, ତ୍ୱରିତ ଶୁଣାଣି ପାଇଁ ରାଜ୍ୟ ସରକାର ନେଲେ ଏହି ପଦକ୍ଷେପ

1 min read

ଭୁବନେଶ୍ୱର: ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ଼, ସମାଧାନ ନ ହୋଇ ପଡ଼ିରହିଥିବା ମାମଲା ଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ହାଇକୋର୍ଟଙ୍କ ପ୍ରସ୍ତାବ ଉପରେ ମୋହର ମାରି ରାଜ୍ୟରେ ଆଉ ୬ଟି କୋର୍ଟ ପ୍ରତିଷ୍ଠା କରିବାକୁ ଅନୁମତି ପ୍ରଦାନ କରିଛନ୍ତି । କଟକ, ଭଦ୍ରକ, ନୀଳଗିରି, ଉଦଳା, ପଟ୍ଟାମୁଣ୍ଡାଇ, ଖରିଆରରେ ନୂଆ ଏଡିଜେ କୋର୍ଟ ପ୍ରତିଷ୍ଠା ହେବ ।ପୂର୍ବରୁ କଟକ ଓ ଭଦ୍ରକରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅଦାଲତ ରହିଛି । କଟକରେ ଚତୁର୍ଥ ଓ ଭଦ୍ରକରେ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅଦାଲତ ଖୋଲିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ୬ଟି ସ୍ଥାନରେ ନୂଆ ଏଡିଜେ କୋର୍ଟ ପ୍ରତିଷ୍ଠା ପରେ ବିଭିନ୍ନ ଅଦାଲତରେ ଗଡ଼ୁଥିବା ମାମଲାର ଶୀଘ୍ର ଶୁଣାଣି ହେବ ବୋଲି ଆଶା କରାଯାଉଛି । ')}

Leave a Reply