୫ମ ପାଳିରେ କୋଭିଡ ମୁକାବିଲା କରି ପ୍ରଶଂସା ସାଉଁଟିଛନ୍ତି ରାଜ୍ୟ ସରକାର

1 min read

ଭୁବନେଶ୍ବର: ଆସନ୍ତାକାଲି ବିଜେଡିର ପଞ୍ଚମ ପାଳି ଶାସନକୁ ତିନି ବର୍ଷ ପୂରଣ ହେବାକୁ ଯାଉଛି । ତିନି ବର୍ଷରୁ ଦୁଇ ବର୍ଷ ଖୁବ ଚ୍ୟାଲେଞ୍ଜିଂ ଥିଲା ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏହି ସମୟରେ ମହାମାରୀକୁ ରାଜ୍ୟ ସରକାର ସଫଳତାର ସହ ମୁକାବିଲା କରିଥିବା କହିଚନ୍ତି ମନ୍ତ୍ରୀ ।

ସେ ଆଗକୁ କହିଛନ୍ତି, ‘ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ଜାତିସଂଘ ପ୍ରଶଂସା କରିଛି । କେନ୍ଦ୍ରରେ ପାର୍ଲାମେଣ୍ଟ ଚାଲିଥିବାବେଳେ ରାଜ୍ୟ ବିଧାନସଭାକୁ ତୁରନ୍ତ ବନ୍ଦ କରି ଲକଡାଉନ ଓ ସଟଡାଉନ ଫର୍ମୁଲାରେ କୋଭିଡର ସଫଳ ମୁକାବିଲା କରିଥିଲେ ରାଜ୍ୟ ସରକାର । ବିଧାନସଭା ବନ୍ଦର ୧୫ ଦିନ ପରେ ପାର୍ଲାମେଣ୍ଟ ବନ୍ଦ ହୋଇଥିଲା । ଦେଶର ନିଷ୍ପତ୍ତି ପୂର୍ବରୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ଏହା ସବୁଠୁ ବଡ଼ ଉପଲବ୍ଧି ।’

ସେ ଆହୁରି କହିଛନ୍ତି, ‘କୋଭିଡ ବେଳେ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି କହି ପଦକ୍ଷେପ ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫଳରେ ଓଡ଼ିଶା କୋଭିଡ ମୁକାବିଲାରେ ଆଖିଦୃଶିଆ ସଫଳ ହୋଇଥିଲା । ଅନ୍ୟପଟେ 5T ଓ ‘ମୋ ସରକାର’ଯୋଗୁ” ଶାସନରେ ସ୍ବଚ୍ଛତା ଓ ବୈପ୍ଳବିକ ପରିବର୍ତ୍ତନ ଆସିଛି ।’