spot_img

Latest Posts

ପ୍ରଧାନମନ୍ତ୍ରୀଙ୍କ ସହ ବିଜୁ ଲୋଗୋ ଲଗାଇବେ ରାଜ୍ୟ ସରକାର: ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଜୁ ପକ୍କା ଘର ଯୋଜନା ପାଇଁ ଏକାଠି ବଜେଟ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ତେଣୁ ଏଥିରେ ବିଜୁ ଲୋଗୋ ରହିବ ବୋଲି ବିଧାନସଭାରେ ମୁଲତବୀ ପ୍ରସ୍ତାବ ଆଲୋଚନାରେ ସ୍ପଷ୍ଟ କରିଛନ୍ତି ପଞ୍ଚାୟତିରାଜମନ୍ତ୍ରୀ । କେନ୍ଦ୍ର ଓ ରାଜ୍ୟ ସହଭାଗିତାରେ ଯୋଜନା ହେଉଥିବାରୁ ପ୍ରଧାନମନ୍ତ୍ରୀଙ୍କ ଲୋଗୋ ଦାବି କରିଛି ବିରୋଧୀ ବିଜେପି । ଏଥିରେ ଇନ୍ଦିରା ଗାନ୍ଧୀଙ୍କ ଲୋଗୋ ବି ଦାବି କରିଛି କଂଗ୍ରେସ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରୀୟ ଅନୁଦାନ ୬୦ ପ୍ରତିଶତ ହୋଇଥିବାବେଳେ ରାଜ୍ୟର ଅଂଶଦନ ୪୦ ପ୍ରତିଶତ । ଯେଉଁଥି ପାଇଁ ଏହାକୁ ପ୍ରଧାନମନ୍ତ୍ରୀ ଆବାସ ବିଜୁ ପକ୍କା ଘର ଯୋଜନା କୁହାଯାଉଛି । ହେଲେ ଏହି ୪୦ ପ୍ରତିଶତରେ ପ୍ରଶାସନିକ ଖର୍ଚ୍ଚ ମିଶାଇଲେ, ରାଜ୍ୟକୁ ୫୪ ପ୍ରତିଶତ ବହନ କରିବାକୁ ପଡ଼ୁଛି । ଏଥିପାଇଁ ଏହି ଯୋଜନାରେ ବିଜୁ ଲୋଗୋ ରହୁଥିବା ପଞ୍ଚାୟତିରାଜମନ୍ତ୍ରୀ କହିଛନ୍ତି । ୨୦୧୬ରୁ ୨୦୨୦ ଯାଏଁ କେନ୍ଦ୍ର ସରକାର ୯୯୦୦.୪ କୋଟି ଦେଇଥିବାବେଳେ ରାଜ୍ୟ ବହନ କରିଛି ୬୬୦୦.୨୭ କୋଟି ଟଙ୍କା। ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷ ପକ୍କା ଘର ନିର୍ମାଣ ସରିଛି । ପଶ୍ଚିମ ବଙ୍ଗ, ସକିମ୍ମ, ତାମିଲନାଡ଼ୁ ପରି ରାଜ୍ୟ ଯୋଜନାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାମ ବାଦ୍‌ ଦେଉଥିବା ଅଭିଯୋଗ କରିଛନ୍ତି ବିଭାଗୀୟ ମନ୍ତ୍ରୀ । ହେଲେ ପ୍ରଧାନମନ୍ତ୍ରୀ ସହ ବିଜୁ ଲୋଗୋ ଲଗାଇବେ ରାଜ୍ୟ ସରକାର।

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଉତ୍ତର ପରେ ବି ଅସନ୍ତୋଷ ବିରୋଧୀ । ବିଜୁ ଲୋଗୋ ପରି ପ୍ରଧାନମନ୍ତ୍ରୀଙ୍କ ଲୋଗୋକୁ ବି ମାର୍ବଲରେ ଲଗାଇବାକୁ ଦାବି କରିଛି ବିଜେପି । ସେପଟେ ଇନ୍ଦିରାଗାନ୍ଧୀଙ୍କ ସମୟରୁ ଆବାସ ଯୋଜନା କାର୍ଯ୍ୟକାରୀ ହୋଇଥିବାରୁ ଇନ୍ଦିରା ଗାନ୍ଧିଙ୍କ ଲୋଗୋ ଦାବି କରିଛି କଂଗ୍ରେସ ।

୨୦୧୪ ପରଠାରୁ ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ଅନୁଦାନ କାଟିଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାର ଆର୍ଥିକ ବୋଝ ଯୋଗୁଁ ୨ଟି ଯୋଜନା ମିଶିଲା। ହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କାଘର ଯୋଜନାରେ ପରିଣତ କରିବାକୁ ରାଜ୍ୟ ସରକାର ପ୍ରୟାସ କରୁନଥିବା ବିଧାନସଭାରେ ସ୍ପଷ୍ଟ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।

Latest Posts

Don't Miss