ଅପାରଗଙ୍କ ବିରୋଧରେ ୫-ଟି ଛାଟ: ଚାରି ପ୍ରଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଚାରି ଜଣ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସରର ଦେଲେ ରାଜ୍ୟ ସରକାର । ଅପରାଗତା ଓ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶା କାଉନସିଲ୍ ଅଫ୍ ସ୍ପୋର୍ଟସ ଏହି ଚାରି ଜଣ ପ୍ରଶିକ୍ଷକ ହେଲେ ଭଲିବଲ କୋଚ୍ ପ୍ରଭାକର ତ୍ରିପାଠୀ ଓ ଜ୍ଞାନେନ୍ଦ୍ର ପ୍ରସାଦ ବଢ଼େଇ । ସେହିଭଳି ବକ୍ସିଂ କୋଚ୍ ଶଙ୍କର ପ୍ରସାଦ ଅଧିକାରୀ, ହ୍ୟାଣ୍ଡବଲ କୋଚ୍ ମନୋଜ କୁମାର ଦାସଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର ।

ସୂଚନା ଯୋଗ୍ୟ ଯେ, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଦକ୍ଷତା ଆକଳନ ନେଇ ଏକ ଅନୁଧ୍ୟାନ କମିଟି ଗଠନ ହୋଇଥିଲା । ଆଉ ଏହି କମିଟି ରିପୋର୍ଟ କ୍ରମେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ୨୦୧୯ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ଯେଉଁଥିରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ କର୍ମଚାରୀଙ୍କ କାର୍ଯ୍ୟ ପରାଦର୍ଶିତା ନେଇ ଆକଳନ କରାଯିବ ବୋଲି ଉଲ୍ଲେଖ ଥିଲା । ଆଜି ଗ୍ରହଣ କରାଯାଇଥିବା କୋଚ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଏହି ଆଧାରରେ ନିଆଯାଇଛି ।

ପ୍ରଭାକର ଗଜପତି ଗଜପତି ଜିଲ୍ଲାରେ କାର୍ଯ୍ୟରତ ଥିବା ବେଳେ ଶଙ୍କର ଅଧିକାରୀ ଦେଉଗଡ଼ ଜିଲ୍ଲାର କାର୍ଯ୍ୟରତ ଥିଲେ । ମନୋଜ ଦାସ ଭଦ୍ରକର କାର୍ଯ୍ୟରତ ଥିଲେ ଏବଂ ଜନାର୍ଦ୍ଦନ ବଢ଼େଇ ରାଜ୍ୟ ସରକାରଙ୍କ କ୍ରୀଡା ବିଭଗରେ କାର୍ଯ୍ୟରତ ଥିଲେ। ପୂର୍ବରୁ ମାଲକାନଗିରି ରେ ଥିବା ବେଳେ ଜନାର୍ଦ୍ଦନ ବଢ଼େଇ ଥରେ ନିଲମ୍ୱିତ ହୋଇଥିଲେ ।

ଏଥିସହିତ ପଢ଼ନ୍ତୁ: ବଙ୍ଗୋମୁଣ୍ଡା ଥାନା ଅଧିକାରୀଙ୍କ ଘରୁ ଆଉ ୩ଲକ୍ଷ ୮୦ ହଜାର ଟଙ୍କା ଜବତ

Leave a Reply