କାର୍ଯ୍ୟ ସମୟ ବୃଦ୍ଧି କଲେ ରାଜ୍ୟ ସରକାର: ଓଭର ଟାଇମ୍ ପାଇଁ ମିଳିବ ଟଙ୍କା
ଭୁବନେଶ୍ୱର: କରୋନା ପରିସ୍ଥିତିରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ସରକାରୀ କର୍ମଚାରୀଙ୍କ କାର୍ଯ୍ୟ ଅବଧି ବୃଦ୍ଧି । ଏଣିକି ୧୨ ଘଣ୍ଟା କାର୍ଯ୍ୟ କରିବେ ସରକାରୀ କର୍ମଚାରୀ । । ୮ ଘଣ୍ଟାରୁ ୧୨ ଘଣ୍ଟାକୁ କାର୍ଯ୍ୟ ସମୟ ବୃଦ୍ଧି କରାଯାଇଛି । ସପ୍ତାହରେ ୭୨ ଘଣ୍ଟା କାର୍ଯ୍ୟ କରିବେ କର୍ମଚାରୀ । ଓଭର ଟାଇମ୍ ବାବଦକୁ ଅଧିକ ଟଙ୍କା ଦେବେ ରାଜ୍ୟ ସରକାର । ସପ୍ତାହରେ ସର୍ବାଧିକ ୨୪ଘଣ୍ଟାର ଓଭର ଟାଇମ୍ ଟଙ୍କା ଦେବେ ରାଜ୍ୟ ସରକାର ।
ଅପରପକ୍ଷରେ ବିଭିନ୍ନ ମହିଳା କର୍ମଜୀବୀଙ୍କ ପାଇଁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ସନ୍ଧ୍ୟା ୭ଟାରୁ ସକାଳ ୬ ମଧ୍ୟରେ କାର୍ଯ୍ୟ କରିପାରିବେ ନାହିଁ । ଏଥିଲାଗି ଅନୁମତି ନଥିଲେ କାର୍ଯ୍ୟ କରିପାରିବେ ନାହିଁ ।
ତେବେ ଏବେ ମଧ୍ୟ ରାଜ୍ୟକୁ ପ୍ରବାସୀ ଓଡ଼ିଆଙ୍କ ବାହୁଡ଼ା ଜାର ରହିଛି । ଶୁକ୍ରବାର ମୋଟ ୬୬୧୮ ଜଣ ପ୍ରବାସୀ ଓଡ଼ିଆ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଫେରିଛନ୍ତି ।
ଗଞ୍ଜାମ ଜିଲ୍ଲାରେ କରୋନା ପରିସ୍ଥିତିର ମୁକାବିଲା ନେଇ ଗଞ୍ଜାମ ପ୍ରଶାସନକୁ ସହଯୋଗ କରିବା ପାଇଁ ୩ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି ।