କ୍ୱାରେଣ୍ଟାଇନ୍‌ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର: ଇଚ୍ଛୁକ ବ୍ୟକ୍ତିଙ୍କୁ ମିଳିବ ୧୦ ଦିନର କାମ

1 min read

ଭୁବନେଶ୍ୱର: କ୍ୱାରେଣ୍ଟାଇନ୍‌ ଅବଧିକୁ ବଢ଼ାଇଲେ ରାଜ୍ୟ ସରକାର । ଏଣିକି ୨୮ ଦିନିଆ କ୍ୱାରେଣ୍ଟାଇନ୍‌ରେ ରହିବେ ପ୍ରବାସୀ ଓଡ଼ିଆ ଏବଂ ସନ୍ଦିଗ୍ଧ ବ୍ୟକ୍ତି । ୨୧ ଦିନ ସରକାରୀ କ୍ୱାରେଣ୍ଟାଇନ୍‌ ବା ସରକାରଙ୍କ ଅନୁମୋଦିତ କ୍ୱାରେଣ୍ଟାଇନ୍‌ରେ ରହିବା ପରେ ଅନ୍ୟ ୭ ଦିନ ଘରେ କ୍ୱାରେଣ୍ଟାଇନ୍‌ରେ ରହିବେ । ବୈଜ୍ଞାନିକଙ୍କ ଠାରୁ ସଦ୍ୟ ପ୍ରାପ୍ତ ତଥ୍ୟ ଅନୁଯାୟୀ ଶରୀରରେ କୋଭିଡ-୧୯ ରୋଗର ପରିପ୍ରକାଶ ହେବା ପାଇଁ ୨୮ ଦିନ ସମୟ ଲାଗୁଛି । ଯାହା ପୂର୍ବରୁ ୧୪ ଦିନ ସମୟ ଲାଗୁଥିବା କୁହାଯାଉଥିଲା । ଏଣୁ ସଦ୍ୟ ପ୍ରାପ୍ତ ତଥ୍ୟ ଅନୁଯାୟୀ କ୍ୱାରେଣ୍ଟାଇନ ଅବଧିକୁ ବୃଦ୍ଧି କରାଯାଇଛି ।

ଏଥି ସହିତ କ୍ୱାରେଣ୍ଟାଇନ ସେଣ୍ଟରରେ ଲୋକେ ଯେଭଳି ସୁରୁଖୁରୁରେ ରହିପାରିବେ ସେ ନେଇ ଗୁରତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏଣୁ ଇଚ୍ଛୁକ ବ୍ୟକ୍ତିଙ୍କୁ ୧୦ ଦିନ କାମ ଯୋଗାଇଦେବେ ରାଜ୍ୟ ସରକାର । ଚୁନ ମାରିବା, ପରିସ୍କାର ପରିଚ୍ଛନ୍ନ କରିବା ଭଳି କାମ କରିପାରିବେ ଅନ୍ତେବାସୀ । ଏଥିଲାଗି ଦୈନିକ ୧୫୦ ଟଙ୍କା ଦେବେ ରାଜ୍ୟ ସରକାର । ପୂର୍ବରୁ ଘୋଷିତ ୨୦୦୦ ଟଙ୍କା ବ୍ୟତୀତ ଏହି ଟଙ୍କା ଯୋଗାଇଦିଆଯିବ । କ୍ୱାରେଣ୍ଟାଇନ୍‌ ସେଣ୍ଟର ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ ଲୋକଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଯିବାକୁ ବାରଣ କରାଯାଇଛି  । ଏଥି ସହିତ ସୁରକ୍ଷା ଦୃଷ୍ଟିରୁ ସଙ୍ଗରୋଧ କେନ୍ଦ୍ର ଆଖପାଖ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯିବ ।

Leave a Reply