ଏପ୍ରିଲରେ କରୋନା ପାଇଁ ୨୧ ରାଜ୍ୟକୁ ୯୭୧ ବିଲିୟନ ଟଙ୍କାର କ୍ଷତି

1 min read

ଭୁବନେଶ୍ୱର: କରୋନା ସଂକଟ ଭିତର ଅର୍ଥବ୍ୟବସ୍ଥା ବହୁତ କ୍ଷତି ସହୁଛି । ଲକଡାଉନ ଯୋଗୁଁ ରାଜ୍ୟ ଗୁଡ଼ିକ ଆବଶ୍ୟକ ସେବାରୁ ରାଜସ୍ୱର ଏକ ଛୋଟ ଅଂଶ ପାଉଛନ୍ତି । ଏଜିଏସଟି, ଭ୍ୟାଟ, ବିଦ୍ୟୁତ୍ ଓ ଶୁକ୍ଳ ଆଦାୟ ରାଜସ୍ୱ ଆୟର ମୁଖ୍ୟ ସ୍ରୋତ ହୋଇଥିବା ବେଳେ ଲକଡାଉନ୍ ଯୋଗୁଁ ମିଳିପାରିନାହିଁ ।

କ୍ରେଡିଟ୍ ଏଜେନ୍ସି ‘ଇଣ୍ଡିଆ ରେଟିଂସ୍ ଆଣ୍ଡ ରିସର୍ଚ୍ଚ’ର ଅନୁମାନ ମୁତାବକ, ଲକଡାଉନ୍ ଯୋଗୁଁ ଏପ୍ରିଲ୍ ମାସରେ ଭାରତର ପ୍ରମୁଖ ୨୧ ରାଜ୍ୟ ୯୭୧ ବିଲିୟନ ଟଙ୍କାର କ୍ଷତି ସହିଛନ୍ତି । ସବୁଠୁ ଅଧିକ ୧୩୨ ବିଲିୟନ୍ ଟଙ୍କା ମହାରାଷ୍ଟ୍ର ରାଜସ୍ୱରେ କ୍ଷତି ସହିଥିବା ବେଳେ ଉତ୍ତର ପ୍ରଦେଶ ୧୧୧.୨୦ ବିଲିୟନ୍, କର୍ଣ୍ଣାଟକ ୭୧.୧୭ ବିଲିୟନ୍ ଓ ଗୁଜରାଟ ୬୭.୪୭ ବିଲିୟନ୍ ଟଙ୍କା କ୍ଷତି ସହିଛି ।

ଲକଡାଉନ୍ ଯୋଗୁଁ ଓଡ଼ିଶା ୩୧.୪୨ ବିଲିୟନ୍ ଟଙ୍କା ରାଜସ୍ୱ ହରାଇଥିବା କ୍ରେଡିଟ୍ ଏଜେନ୍ସି ‘ଇଣ୍ଡିଆ ରେଟିଂସ୍ ଆଣ୍ଡ ରିସର୍ଚ୍ଚ’ ଅନୁମାନ କରିଛି । ଯେତେବେଳେ କି ସମ୍ପୂର୍ଣ୍ଣ ରାଜସ୍ୱରୁ ଓଡ଼ିଶା ନିଜ ସ୍ରୋତରେ ୪୩ ପ୍ରତିଶତ ରାଜସ୍ୱ ଆୟ କରିଥାଏ ।

କ୍ରେଡିଟ୍ ଏଜେନ୍ସି ‘ଇଣ୍ଡିଆ ରେଟିଂସ୍ ଆଣ୍ଡ ରିସର୍ଚ୍ଚ’ର ଅର୍ଥନୀତିଜ୍ଞ ତଥା ନିର୍ଦ୍ଦେଶକ ଡା. ସୁନୀଲ ସିହ୍ନାଙ୍କ ପ୍ରକାରେ, କେନ୍ଦ୍ର ଓ ରାଜ୍ୟ ଉଭୟ ସରକାର ନଗଦ କାରବାର କମ୍ ସମସ୍ୟା ସହିତ ଯୁଦ୍ଧ କରୁଛନ୍ତି । କିନ୍ତୁ, ରାଜ୍ୟଗୁଡ଼ିକର ସମସ୍ୟା ଅଧିକ ଅନିଶ୍ଚିତ । କୋଭିଡ୍ ବିରୋଧୀ ଲଢ଼େଇ ପ୍ରକୃତରେ ରାଜ୍ୟ ଲଢ଼ୁଛି ଓ ଏହା ସମ୍ବନ୍ଧିତ ଖର୍ଚ୍ଚ ରାଜ୍ୟ ହିଁ କରୁଛି ।

ମୁଖ୍ୟତଃ ରାଜ୍ୟ, ଷ୍ଟେଟ୍ ଗୁଡ୍ସ ଏଣ୍ଡ ସର୍ବିସେଜ୍ ଟ୍ୟାକ୍ସ (SGST), ରାଜ୍ୟ ଦ୍ୱାରା ପେଟ୍ରୋଲିୟମ୍ ଉତ୍ପାଦ ଉପରେ ଲାଗୁ ଭ୍ୟାଟ୍, ଷ୍ଟେଟ୍ ଏକ୍ସସାଇଜ୍ (ମଦ), ଷ୍ଟାମ୍ପ ଓ ରେଜିଷ୍ଟ୍ରେସନ୍ ଫିସ୍, ଯାନ ଉପରେ ଲାଗୁ ଟ୍ୟାକ୍ସ, ବିଦ୍ୟୁତ୍ ଉପରେ ଲାଗୁ ଟ୍ୟାକ୍ସ ଓ ଡ୍ୟୁଟିଜ୍ ସହ ରାଜ୍ୟର ନନ ଟ୍ୟାକ୍ସ ରେଭିନ୍ୟୁରୁ ରାଜସ୍ୱ ଆଦାୟ କରିଥାଏ ।

Leave a Reply