କୋଟିଆକୁ ନେଇ ବିଜେପିର ରାଜନୀତି, ଦୁଇ କେନ୍ଦ୍ରମନ୍ତ୍ରୀ ଥାଇ ବି ସାମାଧାନର କଥା କହୁନାହାନ୍ତି

BJP TEAM AT KOTIA

ଭୁବନେଶ୍ୱର: କୋଟିଆକୁ ନେଇ ବିଜେପିର ରାଜନୀତି । କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେପି । ବୁଧବାର ବିଜେପି ଟିମ୍‌ର କୋଟିଆ ଗସ୍ତରୁ ଏହା ସ୍ପଷ୍ଟ ଜଣାପଡୁଛି । ଗସ୍ତର କୌଣସି ମୂଲ୍ୟ ଥିବା ଭଳି ମନେ ହେଉନାହିଁ । କୋଟିଆରେ ପଞ୍ଚାୟତ ନିର୍ବାଚନ ହେଉଥିବା ଫଟୁସିନାରୀ ଗାଁକୁ ଯାଇଥିଲା ବିଜେପି ଟିମ୍‌ । କେବଳ ରାଜନୀତି କରିବାକୁ ବିଜେପି ଟିମ୍‌ ଯାଇଥିଲା ବୋଲି ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି ।

BJP TEAM AT KOTIA

ସେଠାକାର ନିର୍ବାଚନ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ନୁହେଁ, କେବଳ ରାଜ୍ୟ ସରକାରଙ୍କୁ ଦୋଷ ଦେବା ଭଳି ବିଜେପି ହୀନ ଉଦ୍ୟମ କରିଛି ବୋଲି ବୁଦ୍ଧିଜୀବୀ କହିଛନ୍ତି । କୋଟିଆ ଓଡ଼ିଶାରେ ଅଛି ବୋଲି କେନ୍ଦ୍ର ସରକାରଙ୍କୁ ଜଣାଇବାକୁ ଓ ସେଠାରେ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନ ନକରିବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ବିଜେପି ନାରାଜ । ଓଡିଶାରୁ ଦୁଇଜଣ କେନ୍ଦ୍ରମନ୍ତ୍ରୀ ଥିଲେ ବି କେନ୍ଦ୍ର କିପରି ଆନ୍ଧ୍ର ସରକାରଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରିବ ସେଥିପାଇଁ କୌଣସି ଉପାୟ ବାହାର କରିବାର ନାଁ ନେଉନାହାନ୍ତି । ବିଜେପିର ଏଭଳି ଆଭିମୁଖ୍ୟକୁ ନେଇ ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ । ଏପଟେ କୋଟିଆର ସଂପୂର୍ଣ୍ଣ ତଥ୍ୟ ପ୍ରମାଣ ଓଡିଶା ନିକଟରେ ଅଛି । ଏନେଇ ଆଇନଗତ ଲଢେଇ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆର ବିକାଶ ପାଇଁ କାମ କରୁଛନ୍ତି । ପୂର୍ବର କୋଟିଆ ଏବଂ ଏବେକାର କୋଟିଆ ଭିତରେ ଆକାଶ ପାତାଳ ଫରକ ରହିଛି ବୋଲି ବୁଦ୍ଧିଜୀବୀ କହିଛନ୍ତି ।

ସେପଟେ କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ଶୁକ୍ରବାର ସୁପ୍ରିମକୋର୍ଟରେ ହେବ ଶୁଣାଣି । ଓଡ଼ିଶାର ଅଦାଲତ ଅବମାନନା ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲା ଓଡ଼ିଶା । ଓଡ଼ିଶା ସରକାରଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମିଶ୍ର ମାମଲା ରୁଜୁ କରିଛନ୍ତି । ୧୯୬୮ରେ ଏହି ସୀମା ବିବାଦର ଶୁଣାଣି କରି ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାର ଅବମାନନା କରି ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୋଟିଆର ୩ଟି ପଞ୍ଚାୟତରେ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହା ବିରୋଧରେ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କୋଟିଆର ଫଗୁସେନାରୀ, ଫାଟୁସେନାରୀ ଓ ଗଞ୍ଜିଆପଦର ଗାଁରେ ନିର୍ବଚନ କରୁଛି ଆନ୍ଧ୍ର ସରକାର । ଏହି ୩ଟି ଗାଁ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ତହସିଲ ଅନ୍ତର୍ଗତ ।

Leave a Reply