spot_img

Latest Posts

ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଯୋଦ୍ଧା ଘୋଡାର ମୂର୍ତ୍ତୀକୁ ଅନ୍ୟତ୍ର ସ୍ଥାନାନ୍ତର ନେଇ ରାଜ୍ୟ କଂଗ୍ରେସର ପ୍ରତିବାଦ

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଯୋଦ୍ଧା ଘୋଡାର ମୂର୍ତ୍ତୀକୁ ଅନ୍ୟତ୍ର ସ୍ଥାନାନ୍ତର ପ୍ରସଙ୍ଗ। ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରତିବାଦ। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଙ୍କ ସମେତ କଂଗ୍ରେସର ନେତାମାନେ ଘୋଡ଼ା ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଏହି ଯୋଦ୍ଧା ଘୋଡ଼ା ପ୍ରତିମୂର୍ତ୍ତି ରାଜ୍ୟ ସରକାରଙ୍କ ଏକ ସିମ୍ବଲ। ଓଡ଼ିଶାର ଐତିହ୍ୟ ଏବଂ କୀର୍ତ୍ତିରାଜୀକୁ ଚିହ୍ନଟ କରୁଥିବା ଏହି ଘୋଡ଼ା ମୂର୍ତ୍ତି କୁ ସ୍ଥାନାନ୍ତର କରିବାକୁ ଦିଆଯିବ ନାହିଁ ବୋଲି ସୁର କହିଛନ୍ତି।

ସ୍ଥାନାନ୍ତର ବେଳେ ତୀବ୍ର ବିରୋଧ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ୧୯୮୮ମସିହାରେ ମାଷ୍ଟର କ୍ୟାଣ୍ଟିନ ଛକରେ ସ୍ଥାପନ କରାଯାଇଥିବା ଏହି ଯୋଦ୍ଧା ଓ ଘୋଡା ମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସ୍ମାର୍ଟସିଟି ଓ ବିଏମସି ପକ୍ଷରୁ 6ମାସ ପୂର୍ବେ ସଂସ୍କୃତି ବିଭାଗକୁ ଚିଠି ଲେଖାଯାଇଥିଲା। ଯାହା ଉପରେ ସଂସ୍କୃତି ବିଭାଗ ମୋହର ମାରିଛି। ଏହା ସହ ସ୍ମାର୍ଟ ଜନପଥ କାର୍ଯ୍ୟରେ ମାଷ୍ଟରକ୍ୟାଣ୍ଟିନ ଠାରେ ମଲଟି ମୋଡେଲ ହବ୍ ହେବା ନେଇ ଯୋଜନାଥିବାରୁ ଏହାର ସ୍ଥାନାନ୍ତରଣ କରାଯିବା ଜରୁରୀ ବୋଲି ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି। କାରଣ ମଲଟି ମୋଡାଲ ହବ୍ ହେବା ପରେ ମାଷ୍ଟର କ୍ୟାଣ୍ଟିନ ଛକରେ ଏହି ଘୋଡାର ଭିଜିବିଲିଟି କମିଯିବା ସହ ଏହି ସ୍ଥପତ୍ୟ ଲୁଚିଯିବାର ସମ୍ଭାବନା ଥିବାରୁ ଏହାକୁ ସ୍ଥାନାନ୍ତରଣ କରାଯିବା ପାଇଁ ନିଷ୍ପତ୍ତି ହୋଇଛି।

Latest Posts

Don't Miss