ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅପରାହ୍ନ ୫ଟା ୩୦ରେ ବୈଠକ ବସିବ । ବୈଠକରେ ୧୩ରୁ ଅଧିକ ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି । କୃଷି, ଶିଳ୍ପ, ଭିନ୍ନକ୍ଷମ ସଶକ୍ତିକରଣ, ପଞ୍ଚାୟତିରାଜ ଓ ପାନୀୟଜଳ ଓ ରାଜସ୍ବ ବିଭାଗ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ସମ୍ଭାବନା ।