ସୋମବାର ପୂର୍ବାହ୍ନରେ କ୍ୟାବିନେଟ, ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି
ଭୁବନେଶ୍ୱର: ସୋମବାର ବସିବାକୁ ଯାଉଛି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ ବୈଠକ । ବୈଠକରେ ଠିକା ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବା ସମ୍ଭାବନା ରହିଛି ।
ସେପଟେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାବେଳେ କ୍ୟାବିନେଟ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲଗେଇବା ନେଇ ଅନୁମାନ କରାଯାଉଛି । ସୋମବାର ପୂର୍ବାହ୍ନରେ କ୍ୟାବିନେଟ ବସିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ କ୍ୟାବିନେଟକୁ ଅଧ୍ୟକ୍ଷତା କରିବା ନେଇ ସୂଚନା ରହିଛି ।