ଆଜି ଅପରାହ୍ନରେ କ୍ୟାବିନେଟ ବୈଠକ, ୧୦ରୁ ଉର୍ଦ୍ଧ୍ବ ପ୍ରସ୍ତାବରେ ବାଜିପାରେ ମୋହର

ଭୁବନେଶ୍ବର: ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ୧୦ରୁ ଅଧିକ ପ୍ରସ୍ତାବ ଉପରେ ବାଜିବ ମୋହର । ଅନେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ମୋହର ବାଜିବା ନେଇ ସୂଚନା ମିଳିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ, ବୈଷୟିକ ଶିକ୍ଷା ସହ ଅନେକ ବିଭାଗ ରହିଛି ।

ଦଶହରା ପୂର୍ବରୁ ରାଜ୍ୟ ସରକାରଙ୍କ ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଓ ଆଇନ ବିଭାଗ ସମ୍ବନ୍ଧୀୟ କିଛି ପ୍ରସ୍ତାବ କ୍ୟାବିନେଟରେ ଆଲୋଚନା ହୋଇଥିଲା ।

ଠିକ ଏହାର ମାସକ ପୂର୍ବରୁ ରାଜ୍ୟ କ୍ୟାବିନେଟ ବୈଠକରେ ୧୭ପ୍ରସ୍ତାବରେ ବାଜିଥିଲା ମୋହର। ମିଲେଟ ମିଶନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ବୈଠକରେ ମଂଜୁରୀ ମିଳିଥିଲା । ୪ ଜିଲ୍ଲାରେ ବାତ୍ୟା ନିରୋଧୀ ଲୁଣାବନ୍ଧ, ସୁନ୍ଦରଗଡ଼ କୋଏଲ ନଦୀରେ ଇନଷ୍ଟ୍ରିମ୍ ବ୍ୟାରେଜକୁ ମଂଜୁରୀ ମିଳିଥିଲା ।