ଓଡ଼ିଶା ବନ୍ଦର ନୀତି-୨୦୨୨କୁ କ୍ୟାବିନେଟ ମୋହର

1 min read

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । କ୍ୟାବିନେଟରେ ୧୭ଟି ପ୍ରସ୍ତାବ ଉପରେ ମୋହର ମାରିଲେ ସରକାର । ଓଡ଼ିଶା ବନ୍ଦର ନୀତି-୨୦୨୨କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଅନ୍ତର୍ଦେଶୀୟ ଜଳପଥ ଏବଂ କ୍ଷୁଦ୍ର ବନ୍ଦରର ବିକାଶକୁ ଗୁରୁତ୍ବ ଦିଆଯାଉଛି । ଏଥିସହ ବନ୍ଦର କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦିଆଯିବ । ସାମୁଦ୍ରିକ ପର୍ଯ୍ୟଟନ ଓ ବହୁମୁଖୀ ଜେଟିକୁ ପ୍ରୋତ୍ସାହିତ କରାଯିବ ।

ଶିଶୁଙ୍କ ବିକାଶ ପାଇଁ `ପ୍ରାରମ୍ଭ’ ନୀତିକୁ ଅନୁମୋଦନ କଲେ ସରକାର । ଏଥିସହ ଟେକ୍ ହୋମ ରାସନ ନୀତିକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଓଡ଼ିଶା ମ୍ୟୁନିସିପାଲ ଆଇନ୍ ୧୯୫୦ର ସଂଶୋଧନ ପ୍ରସ୍ତାବ ଓ ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ ଆଇନ୍ ୨୦୦୩ର ସଂଶୋଧନ ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ୍ । ଏଥିସହ ଓୟୁଟିଆର ରୂପାନ୍ତରଣ ପାଇଁ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା ।

ଖଣ୍ଡଗିରି ସ୍ଥିତ ଜେଡି ସେଣ୍ଟର ଅଫ ଆର୍ଟ୍ସକୁ ରାଜ୍ୟ ସରକାର ଆର୍ଥିକ ସହାୟତା ଦେବା ନେଇ ପ୍ରସ୍ତାବକୁ ମୋହର ମରାଯାଇଛି । ଏଥିସହ ଗ୍ରୁପ ବି ଓ ଗ୍ରୁପ ସି ସ୍ପେଶାଲିଷ୍ଟ ପଦବୀ ଓ ସେବା ନିୟମାବଳୀ ୨୦୨୨ ସମନ୍ବିତ ପରୀକ୍ଷା ଅନୁଷ୍ଠିତ ହେବାକୁ ନେଇଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନାର ଅଧିନିୟମରେ ହେବ ସଂଶୋଧନ । ଇଚ୍ଛାଧୀନ କୋଟାରେ ସିଙ୍ଗଲ ଆଲଟମେଣ୍ଟକୁ ଟାସ୍କଫୋର୍ସରୁ ବାଦ ପଡିବ । ଏଣିକି ବିଡିଏ, ସିଡିଏ ଓ OSHBର ସିଙ୍ଗଲ ଆଲଟମେଣ୍ଟ ଜମି ବୈଧ ହେବ ।